ଦିନ ୩ଟା – ମୁଖ୍ୟ ଖବର

-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସପ୍ତାହରେ ଦିଲ୍ଲୀରେ ଅଡ –ଇଭିନ ଫର୍ମୁଲାରେ କ’ଣ କଟକଣା ମୁକ୍ତ ଓ ବନ୍ଦ ରହିବ ସେନେଇ ସୂଚନା ଦେଇଛନ୍ତି

-ଦେଶରେ ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୯୪,୮୭୯କୁ ବୃଦ୍ଧି ପାଇଛି

-ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୩୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ,୪୪,୦୮୨ରେ ପହଞ୍ଚିଛି

– ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୭୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୧୬୯ ଏବଂ ସ୍ଥାନୀୟ ସଂକ୍ରମିତ ୩୨୨୬ ,ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୯

-ଓଡ଼ିଶାରେ ଗୋଟିଏ ଦିନରେ ୪୦ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି

-ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷାବିତ ବିକ୍ରମ କେଶରୀ ବର୍ମାଙ୍କ ଦେହାନ୍ତ

-କରୋନାରେ ସମାଜ କାର୍ୟ୍ୟାଳୟର ଆଇଟି ବିଭାଗରେ କାର୍ୟ୍ୟରତ ପିନାକ୍‍ ମିଶ୍ରଙ୍କ ପରଲୋକ

-ଦୁଃଖସାଗରରେ ଭସାଇ ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା

-କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ ଦୋକାନରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି

-ବ୍ରହ୍ମପୁର ଆଇଟିଆଇରେ ସବୁଠୁ ବଡ ଇ-ୱେଷ୍ଟ କାରୁକାର୍ୟ୍ୟ

-ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଚଳିତ ଜୁନ୍‍ ମାସ ୧୦ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି। ଗତ ମାସରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରେ ଜନସାଧାରଣ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଦେଖିବା ପାଇବେ ସୁଯୋଗ

-ନିଶାଦ୍ରବ୍ୟ ଚୋରା ଚାଲାଣ; ଆନ୍ତର୍ଜାତିକ ରାକେଟ ଠାବ, ୭୦ କୋଟିର ହେରୋଇନ ଜବତ

-କୋର୍ବେଭାକ୍ସ ହେବ ଭାରତର ସବୁଠୁ ଶସ୍ତା କୋଭିଡ ଟିକା

-ଡୋନାଲଡ ଟ୍ରମ୍ପଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍‍

-ବାପା, ମା’ ଧାନ ବିଲରେ; ୩ ବର୍ଷର ଝିଅ ପହଞ୍ଚିଲା ଡାକ୍ତରଖାନାରେ

-ଆଜି ବିଶ୍ୱ ପରିବେଶ ଦିବସ ; ସମସ୍ତଙ୍କୁ ଘାରିଛି ଜଳବାୟୁ ପରିବର୍ତ୍ତନ ଚିନ୍ତା

-ସବୁ ଜିଲ୍ଲାରେ ଖୋଲିବ କୋଭିଡ୍‍ ଟିକାକରଣ କେନ୍ଦ୍ର

-କରୋନା କାଳରେ ଜାପାନରେ ଜନ୍ମ ନେଇଛନ୍ତି ସବୁଠାରୁ କମ ଶିଶୁ

-୩୭୭ ଜିଲ୍ଲାରେ ୫%ରୁ କମ୍‍ ରହିଛି କୋଭିଡ ସଂକ୍ରମଣ

-ସାପ୍ତାହିକୀ କରୋନା ସଂକ୍ରମଣ ହାର ୭.୨୭%କୁ ହ୍ରାସ

Comments are closed.