ଦିନ ୧ଟା – ମୁଖ୍ୟ ଖବର

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା; କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସହାୟତା ରାଶି ଘୋଷଣା କଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସୂଚନା

ଅଳ୍ପ ପବନ ; ପ୍ରବଳ ବର୍ଷା ସମ୍ଭାବନା; ରାଜ୍ୟର ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ – ଏସଆରସି

ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି ରମନା

ପୁରୀ ନାମ ପରିବର୍ତନ କରାଯାଇ ଶ୍ରୀ ଜଗନ୍ନାଥ ଧାମ ପୁରୀ କରାଯିବାକୁ ଦାବି କରିଛି ଶ୍ରୀ ଜଗନ୍ନାଥ ସେନା ; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଏଥିପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପିପିଲି ଗସ୍ତରେ ଆସି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ବିଭିନ୍ନ ପଞ୍ଚାୟତରେ ଭୋଟ ପ୍ରଚାର କରୁଛନ୍ତି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଲେ, ଆଜି ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବେ
ମିଳିତ ଜାତିସଂଘ ୭୬ତମ ସାଧାରଣ ପରିଷଦ ବୈଠକରେ (ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ) ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ

ମହାନ ଜନନାୟକ ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମ୍ଳାନ ସ୍ବୃତି ପ୍ରତି ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି

ଗଭୀର ଅବପାତର ରୂପ ନେଲା ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ, ଆଜି ସନ୍ଧ୍ୟା ୫ଟା ୩୦ ବେଳକୁ ବାତ୍ୟାର ରୂପ ନେବ, ଏହା ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ

୨୬ରେ କଳିଙ୍ଗପାଟଣା ପାଖାପାଖି ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି : ପାଣିପାଗ ବିଭାଗ

୪ ଜିଲ୍ଲା କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର

ତୁରନ୍ତ ପାକ ଅଧିକୃତ କାଶ୍ମୀର ଖାଲିକର- ଜାତିସଂଘରେ ଇମ୍ରାନଙ୍କୁ ଭାରତର କଡା ଜବାବ

ସମୁଦାୟ ବିଶ୍ୱ ଓ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ଆଶା କଲେ ମୋଦି; ଶାରୀରିକ ଉପସ୍ଥିତିରେ ଅନୁଷ୍ଠିତ ହେଲା କ୍ୱାଡ ବୈଠକ
ଇମ୍ରାନ ଜଣେ ସଖୀ କଣ୍ଢେଇ: ତାଲିବାନ

ଦେଶରେ ଆଉ ୨୯,୬୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଦିନକରେ ୨୮,୦୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି
ଦେଶରେ ଦୈନିକ ସଂକ୍ରମଣ ହାର ୧.୮୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୯% ରହିଛି

ଆରୋଗ୍ୟ ହାର ୯୭.୭୮%

ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୨୮,୭୬,୩୧୯ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି

ଦେଶରେ ସଂପ୍ରତି ୩,୦୧,୪୪୨ ଜଣ କୋଭିଡ ସଂକ୍ରମିତ ରହିଛନ୍ତି

ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୮୪.୮୯ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ୬୦୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୩୫୩ ଓ ସ୍ଥାନୀୟ ସଂକ୍ରମିତ ୨୪୯ ଜଣ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ଶିଶୁ ଓ କିଶୋର ୭୯ ଜଣ ରହିଛନ୍ତି

ଅନୁଗୁଳ ଜିଲାରୁ ୫, ବାଲେଶ୍ୱର ୨୪, ଭଦ୍ରକ ୭, ବଲାଙ୍ଗିର ୧, ବଉଦ ୧, କଟକରୁ ୭୪ ଜଣ ଚିହ୍ନଟ

ଦେବଗଡରୁ ୨, ଢେଙ୍କାନାଳ ୭, ଗଜପତି ୬, ଗଞ୍ଜାମ ୮, ଜଗତସିଂହପୁର ୩୪ ଓ ଯାଜପୁରରୁ ୧୬ ଚିହ୍ନଟ

ଝାରସୁଗୁଡାରୁ ୧, କଳାହାଣ୍ଡି ୩, କନ୍ଧମାଳ ୨, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧାରୁ ୨୬୬ ଚିହ୍ନଟ ହୋଇଛନ୍ତି

କୋରାପୁଟ ଜିଲାରେ ୨, ମୟୁରଭଞ୍ଜ ୧୯, ନୟାଗଡ ୮, ପୁରୀ ୧୩, ରାୟଗଡା ୪, ସମ୍ବଲପୁର ୨୩, ସୋନପୁର ୩, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୬୩ ଚିହ୍ନଟ
ଦିନକରେ ୪୯୪ ଜଣ ସୁସ୍ଥ ହୋଇଛନ୍ତି

ଏଥିସହିତ ରାଜ୍ୟରେ ମୋଟ ୧୦୦୯୫୮୨ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି

ସଂପ୍ରତି ୫୯୩୦ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

ଗତବର୍ଷ ତୁଳନାରେ ମୋଦିଙ୍କ ସଂପତ୍ତି ବଢିଛି

Comments are closed.