ଭୁବନେଶ୍ୱର : ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡ) ପକ୍ଷରୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଗତକାଲି ମୁଣ୍ଡଳିରେ ଫସିଥିବା ଦନ୍ତାହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫଙ୍କ ବୋଟରେ ଓଟିଭର ଦୁଇ ପ୍ରତିନିଧି ଥିଲେ। ବୋଟ୍ ଟି ଓଲଟି ପଡିବା ଯୋଗୁଁ ଭାସିଯାଇଥିଲେ ଅରିନ୍ଦମ ଦାସ। ଦୁର୍ଭାଗ୍ୟବଶତଃ ଅରିନ୍ଦମଙ୍କ ଅକାଳ ବିଯୋଗ ଘଟିଥିଲା।
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Popular Categories



