www.samajalive.in
Sunday, December 7, 2025
23.1 C
Bhubaneswar

ଚୁନପଥର ପୂରଣ କରିବ ତାପଜ ବିଦ୍ୟୁତ ପ୍ଲାଣ୍ଟର ନୂଆ ନିର୍ଗମନ ସର୍ତ୍ତ

ନୂଆଦିଲ୍ଲୀ : କୋଇଲା ଭିତିକ ତାପଜ ବିଦ୍ୟୁତ ପ୍ଲାଣ୍ଟରୁ ନିର୍ଗତ ହେଉଥିବା ଗ୍ୟାସ ହ୍ରାସ କରିବାକୁ ଦିଆଯାଇଥିବା ନୂଆ ସର୍ତ୍ତ ପୂରଣ କରିବାରେ ଭାରତରେ ଥିବା ପ୍ରଚୁର ପରିମାଣରେ ଚୁନପଥର ସାହାଯ୍ୟ କରିବ ବୋଲି ଜଣାପଡିଛି।
ଭାରତରେ ଥିବା ତାପଜ ବିଦ୍ୟୁତ ପ୍ଲାଣ୍ଟରୁ ନିର୍ଗତ ସଲଫରଡାଇଅକ୍ସାଇଡ ଗ୍ୟାସ ୨୦୨୨ ସୁଦ୍ଧା ହ୍ରାସ କରିବାକୁ କୁହାଯାଇଥିବା ବେଳେ ଚୁନପଥର ଅଭାବ ଦର୍ଶାଇ ଏହାକୁ ବିଳମ୍ବ କରିବାକୁ ପ୍ଲାଣ୍ଟ କର୍ତୃପକ୍ଷ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଭାରତରେ ପ୍ରଚୁର ପରିମାଣରେ ଚୁନପଥର ରହିଛି। ଯାହା ତାପଜ ବିଦ୍ୟୁତ ପ୍ଲାଣ୍ଟକୁ ଫ୍ଲୁ ଗ୍ୟାସ ଡିସଲଫରାଜେସନ(ଏଫଜିଡି) ସ୍ଥାପନ କରିବାରେ ସାହାଯ୍ୟ କରିବ। ଏହା ଗ୍ୟାସ ନିର୍ଗମନ ହ୍ରାସ କରିବା ସହ ନୂଆ ନିର୍ଗମନ ସର୍ତ ପୂରଣ କରିପାରିବ ବୋଲି ବିଜ୍ଞାନ ଓ ପରିବେଶ କେନ୍ଦ୍ର(ସିଏସଇ) ପକ୍ଷରୁ କୁହାଯାଇଛି। ବିଶ୍ବରେ ଶିଳ୍ପରୁ ନିର୍ଗତ ହେଉଥିବା ସଲଫର ଡାଇଅକ୍ସାଇଡ କ୍ଷେତ୍ରରେ ଭାରତରେ ସବୁଠୁ ଅଧିକ। ପ୍ରାୟ ୪୫ ପ୍ରତିଶତ ଭାରତରୁ ନିର୍ଗତ ହେଉଥିବା ବେଳେ ୨୦୨୨ ସୁଦ୍ଧା ଏହାକୁ ହ୍ରାସ କରିବାକୁ ନୂଆ ସର୍ତ ସହ ଗାଇଡଲାଇନ କରାଯାଇଛି। ଏହି ଗ୍ୟାସ ହ୍ରାସ କରିବା କ୍ଷେତ୍ରରେ ଚୁନପଥରର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଥିବାରୁ ଭାରତରେ ବିଶେଷ ଅସୁବିଧା ହେବ ନାହିଁ। ପ୍ରଚୁର ପରିମାଣରେ ଭାରତରେ ଚୁନପଥର ଥିବା ବେଳେ ଏହାକୁ ବ୍ୟବହାର କରାଯାଇ ଏଫଜିଡି ସ୍ଥାପନ ହୋଇପାରିବ। ଯାହା ଗ୍ୟାସ ନର୍ଗମନର ୮୦ ପ୍ରତିଶତ ହ୍ରାସ କରିପାରିବ। ଏଫଜିଡି ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଜିପସମ ମଧ୍ୟ ଆବଶ୍ୟକତା ପୁରଣ କରିବାରେ ସାହାଯ୍ୟ କରିବ। ତାପଜ ବିଦ୍ୟୁତ କମ୍ପାନୀଙ୍କ ପକ୍ଷରୁ ଉଠାଯାଉଥିବା ଏଭଳି ସମସ୍ୟା କ୍ଷେତ୍ରରେ ଭାରତରେ ଥିବା ପ୍ରଚୁର ଚୁନପଥର ସାହାଯ୍ୟ କରିବ ବୋଲି ସିଏସଇର ଡାଇରେକ୍ଟର ଜେନେରାଲ ସୁନିତା ନାରାୟଣ କହିଛନ୍ତି। ଏଫଜିଡି ସ୍ଥାପନ ପାଇଁ ବାର୍ଷିକ ୩ରୁ ୧୦ ନିୟୁତ ଟନ ଚୁନପଥରର ଆବଶ୍ୟକତା ରହିଛି। ଯାହା ଭାରତରେ ବ୍ୟବହୃତ ହେଉଥିବା ଚୁନପଥର ୩ ପ୍ରତିଶତରୁ କମ୍ ଅଟେ। ବ୍ୟବହାର ହେବାକୁ ଥିବା ଚୁନପଥରର ଗୁଣବତା(୯୦ ପ୍ରତିଶତରୁ ଉର୍ଦ୍ଧ୍ବ) ଥିବା ଦରକାର ବୋଲି ସିଏସଇ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories