www.samajalive.in
Saturday, December 6, 2025
23.1 C
Bhubaneswar

ବଜ୍ରପାତରେ ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ଟିକିରାସାହିରେ ରବିବାର ରାତିରେ ବଜ୍ରପାତ ଘଟି  ଶିବ ବେହେରା(୩୮) ନାମକ ଜଣେ ବ୍ୟକ୍ତିଙ୍କ  ମୃତ୍ୟୂ ଘଟିଛି। ଗତକାଲି ରାତିରେ ଶିବ ନିଜ ଘର ପିଣ୍ଡାରେ ବସିଥିବା ସମୟରେ ବଜ୍ରପାତ ଘଟିଥିଲା। ଫଳରେ ଶିବ ଚେତାଶୂନ୍ୟ ହୋଇପଡିଥିଲେ।ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପୁରୁଣାକଟକ ମେଡିକାଲ  ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସୋମବାର ସକାଳେ ହରଭଙ୍ଗା ପୁଲିସ ପୁରୁଣାକଟକ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ  ବୌଦ୍ଧ ପଠାଇଛି। ହରଭଙ୍ଗା ପୁଲିସ ଏକ ଅପମୃତ୍ୟୂ ମାମଲା ରୁଜୁକରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ବାଉଁଶୁଣୀ ବୈଦ୍ୟନାଥପୁର ଅଞ୍ଚଳର ଶିବ ବେହେରା ଧଳପୁର ଟିକିରାସାହିର ଏକା ନାଏକଙ୍କ ଝିଅକୁ  ବିବାହ କରିବା ପରେ ଶ୍ବଶୁର ଘରେ  ଘରଜ୍ୱାଇଁ ହୋଇ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ସାବିତ୍ରୀ ଏବଂ ତିନି ମାସର ଏକମାତ୍ର ଝିଅ ଅସହାୟ ହୋଇପଡିଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories