ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତ କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ
ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟରେ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ‘ପ୍ରଶିକ୍ଷଣ ପୁସ୍ତିକା ଏବଂ ପ୍ରଶିକ୍ଷଣ ଯୋଜନା ପ୍ରସ୍ତୁତି’ ସମ୍ବନ୍ଧୀୟ ଏକ ରାଜ୍ୟସ୍ତରୀୟ କର୍ମଶାଳା ପ୍ରତାପନଗରୀ ସ୍ଥିତ ୱାଲମୀ ଠାରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଓଡିଶା ଉଠା ଜଳସେଚନ ନିଗମର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହାୟକ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ପ୍ରକଳ୍ପ ନିର୍ମାଣରେ ସମ୍ପୃକ୍ତ ଏଜେନ୍ସି ଏବଂ ପାଣି ପଞ୍ଚାୟତର ପଦାଧିକାରୀମାନେ ଯୋଗଦାନ କରିଥିଲେ। ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହିତ ପରିଚାଳନା କରିଥିଲେ। ୱାଲମୀର ପ୍ରଫେସରଭାଗୀରଥ ପାତ୍ର, ସହଯୋଗୀ ପ୍ରଧ୍ୟାପକ ଇତିଶ୍ରୀ ମିଶ୍ର, ଉପ ନିର୍ଦ୍ଦେଶକ ସୁପ୍ରିୟା ସାହୁ ଏବଂ ସେଚାଞ୍ଚଳ ବିକାଶ ଓ ସହଭାଗୀ ଜଳସେଚନ ନିର୍ଦେଶାଳୟର ଉପ ନିର୍ଦ୍ଦେଶକ ଲକ୍ଷ୍ମୀପ୍ରିୟା ସାମନ୍ତରାୟ ପ୍ରମୁଖ ଉଦ୍ବୋଧନ ଦେବା ସହିତ ସକ୍ରିୟ ସହଯୋଗ କରିଥିଲେ।
ପ୍ରକାଶ ଥାଉକି ଏହି କର୍ମଶାଳାର ପ୍ରସ୍ତାବ ଆଧାରରେ ପ୍ରସ୍ତୁତ ହେବାକୁ ଥିୋବା ପ୍ରଶିକ୍ଷଣ ପୁସ୍ତିକା ରାଜ୍ୟର ସମସ୍ତ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ ୧ ଲକ୍ଷ ପାଣି ପଞ୍ଚାୟତ ପଦାଧିକାରୀମାନଙ୍କୁ କ୍ଷେତ୍ରସ୍ତରରେ ପ୍ରଶିକ୍ଷଣ ସହିତ ଅନ୍ ଲାଇନ ପ୍ରଶିକ୍ଷଣ ଦେବା ପାଇଁ ନିୟୋଜିତ ହେବାକୁ ଥିବା ତାଲିମଦାତାମାନଙ୍କ ଦ୍ୱାରା ମଧ୍ୟ ବ୍ୟବହୃତ ହେବ।
Comments are closed.