ହିନ୍ଦୁଧର୍ମରେ ବହୁ ମାନ୍ୟତା ରହିଛି। ଏହା ମଧ୍ୟରୁ ଗୋଟିଏ ହେଉଛି ଯଦି ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ତେବେ କେହି ଛିଙ୍କି ଦେଲେ ଏହାକୁ ଅଶୁଭ ବୋଲି କୁହାଯାଏ। ଆପଣ ମଧ୍ୟ କେବେ ନା କେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବେ। ମାତ୍ର ଏପରି କେଉଁ କାରଣରୁ କୁହାଯାଏ, ତାହା ହୁଏତ ଆପଣ ଜାଣି ନଥିବେ। କାର୍ଯ୍ୟରେ ବାହାରିବା ପୂର୍ବରୁ ଛିଙ୍କ ଆସିଲେ ଏହା ସଙ୍କେତ ଦେଇଥାଏ ଯେ, ଆପଣଙ୍କ କାର୍ଯ୍ୟ ଆରମ୍ଭ କରିବାର ଏହା ଶୁଭ ସମୟ ନୁହେଁ। କାର୍ଯ୍ୟକୁ ସେହି ସମୟରେ ନ କରି କିଛି ସମୟ ବିଳମ୍ବରେ କରିବା ଉଚିତ। କେହି କେହି ଏହାକୁ ଧ୍ୟାନ ନ ଦେଇ କାର୍ଯ୍ୟର ଆରମ୍ଭ କଲେ ସଫଳତା ମିଳିବାରେ ସମସ୍ୟା ସୃଷ୍ଟି ହୋଇଥାଏ।
ହିନ୍ଦୁ ଧର୍ମରେ ଅନୁଯାୟୀ ବହୁ ସମୟରେ ଏପରି ହୋଇଥାଏ ଯେ,କାର୍ଯ୍ୟର ପ୍ରାରମ୍ଭ ହେଉ କିମ୍ବା ଶୁଭ କାର୍ଯ୍ୟରେ ବାହାରକୁ ଯାଆନ୍ତୁ, ସେହି ସମୟରେ ବେଳେ ବେଳେ ଛିଙ୍କ ଆସିଲେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥାଏ। ଏପରି ପରିସ୍ଥିତି ଆସିଲେ ବ୍ୟକ୍ତିଙ୍କୁ ସାବଧାନ ହେବା ଉଚିତ। କାର୍ଯ୍ୟରେ କିଛି ବାଧା ଥିଲେ ଛିଙ୍କ ଆସିବା ଦ୍ୱାରା ଏହା କାର୍ଯ୍ୟରେ ବାଧା ଥିବାର ସଙ୍କେତ ଦେଇଥାଏ। ତେଣୁ ଛିଙ୍କର ସଙ୍କେତକୁ ସର୍ବଦା ଧ୍ୟାନ ଦେଇ କାର୍ଯ୍ୟରେ ଅଗ୍ରସର ହେଲେ ସଫଳତା ପ୍ରାପ୍ତି ହୋଇଥାଏ।
କାର୍ଯ୍ୟରେ ବାଧା ଥିଲେ ମିଳିଥାଏ ଏହି ସଙ୍କେତ
Popular Categories



