www.samajalive.in
Friday, December 5, 2025
17.1 C
Bhubaneswar

ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅନେକ ଉପାୟ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ​‌ସେହି ଉପାୟ ଗୁଡିକ ସମ୍ବନ୍ଧରେ ..

୧. ଦୋକାନ କିମ୍ବା ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଏକ ଚାନ୍ଦିର ପାତ୍ରରେ ଧନିଆ ରଖନ୍ତୁ। ସେଥିରେ ଚାନ୍ଦିରେ ତିଆରି ହୋଇଥିବା ଶ୍ରୀଗଣେଶ ଓ ମା’ ଲକ୍ଷ୍ମୀଙ୍କର ପ୍ରତୀମା ସ୍ଥାପନ କରନ୍ତୁ। ତାହାକୁ ଦୋକାନର ପୂର୍ବ ଦିଗକୁ ମୁହଁ କରି ରଖନ୍ତୁ। ଏପରି କରିବା ଦ୍ବାରା ବ୍ୟବସାୟରେ ଲାଭ ମିଳିଥାଏ।

- Advertisement -

୨. ପ୍ରତିଦିନ ଦୋକାନ ଖୋଲିବା ପରେ ସଙ୍ଗେ ସଙ୍ଗେ ଧୂପ ଜଳାନ୍ତୁ। ଦୋକାନରେ ସର୍ବଦା ପାଞ୍ଚଟି ଧୂପକାଠି ଜଳାଇବା ଆବଶ୍ୟକ।

୩. ବେଳେବେଳେ ଦୋକାନରେ ଗ୍ରାହକଙ୍କ ସଂଖ୍ୟା କମିଯାଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ମାଟିର ୪ଟି ବାସନ ଆଣନ୍ତୁ। ସେଥିରେ ଅଲଗା ଅଲଗା କରି ଯଅ, ରାଶି, ମୁଗ, ସୋରିଷ ଇତ୍ୟାଦି ରଖି ଦିଅନ୍ତୁ। ସେହି ଚାରୋଟିକୁ ଗୋଟିଏ ବର୍ଷ ପାଇଁ ଦୋକାନରେ ରଖନ୍ତୁ। ଏହାକୁ ନଦୀରେ ଭସାଇ ଦିଅନ୍ତୁ।

୪. ଦୋକାନର ଉନ୍ନତି କରିବା ପାଇଁ ଗୋଟିଏ ଲୁହା କଣ୍ଟାରେ ଲଙ୍କା ଓ ଲେମ୍ବୁ ବାନ୍ଧି ଦିଅନ୍ତୁ। ଏକ ସୂତାରେ ସାତଟି କଞ୍ଚା ଲଙ୍କା, ଲେମ୍ବୁକୁ ଗୁନ୍ଥନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ତାହାକୁ ବଦଳାଇ ନୂଆ ଲଗାନ୍ତୁ।

୫. ଦୋକାନରେ ଶ୍ରୀକୁବେରଙ୍କ ଯନ୍ତ୍ର ସ୍ଥାପନ କରିବା ଦ୍ବାରା ଲାଭ ମିଳିଥାଏ। ଏହାକୁ ଶୁକ୍ଲ ପକ୍ଷରେ ସ୍ଥାପନ କରିବା ଉଚିତ। ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହୋଇଥାଏ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories