www.samajalive.in
Saturday, December 6, 2025
14.1 C
Bhubaneswar

ରେଳଭଡ଼ା ରିହାତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଆଠଗଡ଼: ଆଠଗଡ଼ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ବରିଷ୍ଠ ନାଗରିକମାନଙ୍କୁ ପୂର୍ବପରି ରେଳଭଡ଼ାରେ ରିହାତି ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସଙ୍ଘର ସମ୍ପାଦକ ଗିରୀଶ କୁମାର ମିଶ୍ରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନିଖିଳ ଭାରତ ବରିଷ୍ଠ ନାଗରିକ ମହାସଂଘର ଆହ୍ୱାନକ୍ରମେ ସମଗ୍ର ଦେଶରେ ଥିବା ବରିଷ୍ଠ ନାଗରିକ ସଙ୍ଘଗୁଡିକର ସଭ୍ୟମାନେ ପୋଷ୍ଟ କାର୍ଡ ଓ ଇମେଲ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ବରିଷ୍ଠ ନାଗରିକମାନଙ୍କୁ ରେଳଭଡାରେ ପୂର୍ବପରି ରିହାତି ଦେବାପାଇଁ ନିବେଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଲକ୍ଷାଧିକ ସଭ୍ୟ ପୋଷ୍ଟ କାର୍ଡ ଅଭିଯାନରେ ସାମିଲ ହୋଇଛନ୍ତି। ଆଠଗଡ଼ ସଙ୍ଘର ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ଆହ୍ୱାନ କ୍ରମେ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ସଭ୍ୟ ପୋଷ୍ଟ କାର୍ଡ ମାଧ୍ୟମରେ ନିଜ ନିଜର ଦାବି ପ୍ରଧାନମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କର ଏହି ନାର୍ଯ୍ୟ ଦାବି ପ୍ରତି ସହାନୁଭୂତି ପ୍ରଦର୍ଶନ କରିବେ ବୋଲି ସମସ୍ତ ସଦସ୍ୟ ଆଶାବାଦୀ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories