ଏସି ତାପମାତ୍ରା ନିୟନ୍ତ୍ରଣରେ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର.. ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେଉଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରଖିବାକୁ ଚିନ୍ତା କରାଯାଉଛି.. ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର..
ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା.. ଆସନ୍ତାକାଲିଠାରୁ କମିବ ଖରା.. ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା..
ଦିନକୁ ଦିନ ଯାଜପୁରରେ ସାଂଘାତିକ ଭାବେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି.. ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ.. ଯୁବକ, ଶିଶୁ , ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେବାରେ ଲାଗିଛନ୍ତି.. ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଲେ- ଏ ଯାଏଁ ଝାଡାବାନ୍ତି ନିୟନ୍ତ୍ରଣକୁ ଆସିନି.. ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଡାଇରିଆ ବ୍ୟାପୁଥିବା ସନ୍ଦେହ କରାଯାଉଛି..
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କର ହେବ ଆରଟି-ପିସିଆର ଟେଷ୍ଟ.. ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି..
ଆଜି ଦେବସ୍ନାନ ପୂର୍ଣ୍ଣିମା ବଡ଼ଦାଣ୍ଡ ଲୋକାରଣ୍ୟ.. ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. AI କ୍ୟାମେରା ନଜରରେ ପୁରୀ..



