www.samajalive.in
Saturday, December 6, 2025
23.1 C
Bhubaneswar

ବାରଣ୍ଡାରେ ବସିଥିବା ମହିଳାଙ୍କ ଉପରେ ଆକ୍ରମଣ କଲା ଚିତା; ବାଡ଼ିରେ ପିଟି ପିଟି ତଡ଼ିଲେ, ଭିଡିଓ ଭାଇରାଲ୍‌

https://youtu.be/GZChrKPWDf0

ମୁମ୍ବଇ: ମୁମ୍ବଇର ଗୋରେଗାଓଁରେ ଏକ ଚିତା ବାଘ ଜଣେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ମଧ୍ୟରେ ମୁମ୍ବଇରେ ଚିତା ବାଘ ଆକ୍ରମଣର ଏହା ହେଉଛି ଚତୁର୍ଥ ଘଟଣା। ବୁଧବାର ଗୋରେଗାଓଁର ଆରେ ଡାଏରୀ କଲୋନୀରେ ଘଟିଛି ଏହି ଘଟଣା। ଘର ବାରଣ୍ଡାରେ ବସିଥିବା ଜଣେ ମହିଳାଙ୍କୁ ହଠାତ୍‌ ଚିତା ବାଘ ଆକ୍ରମଣ କରିଥିଲା। ମହିଳାଜଣକ ହେଉଛନ୍ତି ୫୫ ବର୍ଷୀୟ ନିର୍ମଳା ରାମବଦନ ସିଂହ। ଚିତା ବାଘ ସହ ତାଙ୍କ ଲଢେଇର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

- Advertisement -


ନିର୍ମଳା ଏକ ଆଶା ବାଡ଼ି ଧରି ବାରଣ୍ଡାରେ ବସିଥିଲେ। ପୂର୍ବରୁ ସେଠାରେ ଥିବା ଚିତା ତାଙ୍କ ଉପରେ ହଠାତ୍‌ ଆକ୍ରମଣ କରିଥିଲା ଏବଂ ମହିଳାଜଣକ ଜୀବନ ବଞ୍ଚାଇବାକୁ ବିନା ଭୟରେ ସେହି ବାଡ଼ିରେ ଚିତାକୁ ପିଟିବାକୁ ଲାଗିଲେ। ଏହାପରେ ଚିତା ସେଠାରୁ ପଳାଇଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କର ଖୁବ୍‌ ପ୍ରଶଂସା କରାଯାଉଛି।

ଏହି ଆକ୍ରମଣ ପରେ ଥାନେ ବନଖଣ୍ଡ ଦାୟିତ୍ୱରେ ଥିବା ଗଜାନନ କହିଛନ୍ତି ଯେ, ଏକ ମାସ ପୂର୍ବରୁ ଏହି ଅଞ୍ଚଳରେ ପ୍ରଥମ ଚିତାବାଘ ଆକ୍ରମଣ ହେବା ପରେ ପିଞ୍ଜରା ଲଗାଇବା ପାଇଁ ବରିଷ୍ଠ ଅଧିକାରୀଙ୍କ ଅନୁମତି ଲୋଡ଼ାଯାଇଥିଲା। କେତେକ ପିଞ୍ଜରା ମଧ୍ୟ ଲଗାଯାଇଛି ଏବଂ ଆଉ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories