www.samajalive.in
Saturday, December 6, 2025
15.1 C
Bhubaneswar

ଲେବାନନ୍ ବିସ୍ଫୋରଣ: ବିପନ୍ନଙ୍କ ସହାୟତାରେ ସରକାର ବିଫଳ, ଦେବଦୂତ ସାଜିଲେ ସ୍ଥାନୀୟ ଲୋକ

ବେରୁତ : ଅସୁବିଧା ସମୟରେ କେହି ଯଦି ସାହାଯ୍ୟର ହାତ ବଢାଇ ଦିଏ, ତେବେ ସେ ଦେବଦୂତରୁ କମ୍ ନୁହେଁ ବୋଲି କୁହାଯାଏ। ଲେବାନନରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲେବାନନ ରାଜଧାନୀ ବାଇରୁଟରେ ବିସ୍ଫୋରଣରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ବିଫଳ ହେବା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି।

ଚଳିତ ମାସ ଆରମ୍ଭରେ ଲେବାନନର ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣ ପରେ ଏଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ବର୍ତ୍ତମାନ ସେହି ଲୋକମାନେ ଖାଇବା, ପିନ୍ଧିବା ଏବଂ ବଞ୍ଚିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାରେ ସକ୍ଷମ ନୁହଁନ୍ତି। ତେବେ ବର୍ତ୍ତମାନ କିଛି ସ୍ଥାନୀୟ ଲୋକ ଏହି ଖରାପ ପରିସ୍ଥିତିରେ ବିପନ୍ନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

- Advertisement -

ସ୍ଥାନୀୟ ଲୋକମାନେ ନିଜ ଗାଡିରେ ଖାଦ୍ୟ, ପୋଷାକ ଏବଂ ସାନିଟାରୀ ପ୍ୟାଡ୍ ନେଇ ପ୍ରଭାବିତ ଅଞ୍ଚଳକୁ ଯାଉଛନ୍ତି ଏବଂ ବିପନ୍ନମାନଙ୍କୁ ସାହାଯ୍ୟ କରୁଛନ୍ତି। ସେମାନଙ୍କର ଆବଶ୍ୟକତା ଅନୁସାରେ ଜିନିଷ ବଣ୍ଟନ କରୁଛନ୍ତି। ଏହିପରି ଜଣେ ସହକାରୀ ହୁସେନ୍ କାଜନ୍ କହିଛନ୍ତି ଯେ, ସରକାର ଏହି କାମ କରିବା ଉଚିତ, କିନ୍ତୁ ଆମେ ଏହା କରୁଛୁ। ହୁସେନ୍ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମର ନିଜ ଲୋକ ଅସହାୟ ଅବସ୍ଥାରେ ରହିଛନ୍ତି, ଆମେ କିପରି ଶାନ୍ତିରେ ରହିପାରିବା। ଲୋକମାନେ ଏଠାରେ ବହୁତ ଅଭାବରେ ଅଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି। ଏପରି ପରିସ୍ଥିତିରେ କାହାକୁ ସାହାଯ୍ୟ ପାଇଁ ଆଗକୁ ଆସିବାକୁ ପଡିବ। ଲୋକଙ୍କୁ ସାହାଯ୍ୟ କରିବା ଦ୍ବାରା ଭଲ ଅନୁଭବ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories