www.samajalive.in
Friday, December 5, 2025
20.1 C
Bhubaneswar

ବାହ୍ୟ ଜଗତରୁ ବିଚ୍ଛିନ୍ନ ଜୟନ୍ତରା ମହାପାତ୍ର ସାହି; ୨ଦିନ ଧରି ୨ଶହ ଲୋକ ଜଳ ଘେରରେ, ନାହିଁ ଖାଦ୍ୟ ନାହିଁ ପାଣି

ଦଶରଥପୁର : ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ମହାପାତ୍ର ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ଗତ ୨ଦିନ ତଳେ ସ୍ଥାନୀୟ ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ହଠାତ୍‍ ସାହିର ୬୦ ପରିବାରର ୨ଶହ ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ମନ୍ତ୍ରୀଙ୍କୁ ଲୋକେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି। ସେମାନଙ୍କ କହିବା ଅନୁସାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳ ଘେରରେ ଜୀବନ କାଟୁଥିବା ବେଳେ ପାଖରେ ଖାଦ୍ୟ କିମ୍ବା ପାନୀୟ ଜଳ ଟିକେ ମିଳି ପାରୁନାହିଁ। ପରିସ୍ଥିତିରେ ପଡ଼ି ଶୋଷିଲା ଲୋକ ବାଧ୍ୟ ହୋଇ ବନ୍ୟାଜଳକୁ ପିଉଛନ୍ତି। ଯାହାର ଦେହ ଅସୁସ୍ଥ ହୋଇ ପଡୁଛି ଗାଁରୁ ବାହାରିବାକୁ କୌଣସି ଉପାୟ ନଥିବା ବେଳେ ଟ୍ୟୁବ୍‍ ସାହଯ୍ୟରେ ପାଣିରେ ପହଁରି ଡାକ୍ତରଖାନା ନେବାକୁ ହେଉଛି। ଏଭଳି ଦୁର୍ଦଶା ଓ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ଏହି ସାହିର ଲୋକେ ସହଯୋଗ ପାଇଁ ବାରମ୍ବାର ଫୋନ୍‍ ଯୋଗେ ନିବେଦନ କରିଥିଲେ ବି ୨ଦିନ ବିତିଲାଣି କାହାରି ଦେଖା ମିଳିନଥିବା କହିଛନ୍ତି। ଫଳରେ ଆଜି ସନ୍ଧ୍ୟାରେ ଗ୍ରାମର ଲୋକେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଏକ ହୁଲି ଡଙ୍ଗାର ବ୍ୟବସ୍ଥା ନିମନ୍ତେ ଦାବି କରିଛନ୍ତି।
ଲୋକଙ୍କ କହିବା ଅନୁସାରେ ବନ୍ୟାଜଳରେ ନଳକୂପ ବୁଡ଼ି ଯାଇଥିବାରୁ ପାନୀୟ ଜଳ ପାଇବା ସାତ ସପନ ହୋଇଛି। ବିଶେଷକରି ଡଙ୍ଗାଟିଏ ଥିଲେ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିଥାନ୍ତା। ତାହା ମଧ୍ୟ ପ୍ରଶାସନ ପାଖରେ ମହଜୁଦ୍‍ ନଥିବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ କହିବା ଅନୁସାରେ ଗାଁଠୁ ମୁଖ୍ୟ ନଦୀବନ୍ଧକୁ ଯିବା ପାଇଁ ହେଲେ ଯେକୌଣସି ସ୍ଥାନକୁ ଯାଇହେବ କିନ୍ତୁ ଗାଁଠୁ ମୁଖ୍ୟବନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ସଂଯୋଗୀ ରାସ୍ତା ନୀଚ୍ଚ ହୋଇଥିବାରୁ ନଦୀରେ ପାଣି ଆସିବା କ୍ଷଣି ଏହି ଅଞ୍ଚଳ ପ୍ରତିବର୍ଷ ଜଳ ଘେରରେ ରହୁଛି। ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ତେଣୁ ଏହି ସଂଯୋଗୀ ରାସ୍ତାକୁ ଉଚ୍ଚ କରାଯିବା ସହିତ ଏକ ବ୍ରିଜ୍‌ କରାଯିବାକୁ ପ୍ରସ୍ତାବ ରହିଥିବା ବେଳେ ସଂପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ଦୃଷ୍ଟି ଦେଉନାହିଁ। ବର୍ତ୍ତମାନ ସମୟରେ ଭୋକ ଉପାସରେ ଲୋକେ ଜୀବନ କାଟୁଥିବା ବେଳେ ପାଖରେ ପିଇବା ପାଣି ଟିକେ ମିଳୁନଥିବା ଦୁଃଖରେ କହିଛନ୍ତି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ସାହିର ଲୋକଙ୍କୁ ଉଦ୍ଧାର କରାଯାଇ ସମସ୍ତ ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories