www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ  ‘ଲିଡ଼ର୍ସ ଏକାଦଶ’ ବିଜୟୀ,  ଅଭିନନ୍ଦନ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

  • ‘ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ମନରେ ଏକତା ଏବଂ ଭାଇଚାରା ସୃଷ୍ଟି କରିବ’
  • ‘ସମୃଦ୍ଧ ଓଡିଶା ଗଠନରେ ସରକାରୀ କର୍ମଚାରୀ, ମିଡ଼ିଆ ଏବଂ କର୍ପୋରେଟ କର୍ମଚାରୀଙ୍କ ସହଭାଗିତାର ଆବଶ୍ୟକତା ରହିଛି’

ଭୁବନେଶ୍ୱର:  ଟାଟା ଷ୍ଟିଲ ପକ୍ଷରୁ ଓଡ଼ିଶା ଫୁଟବଲ୍‌ ଏକାଡ଼େମୀ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଓଡ଼ିଶା ଫୁଟବଲ ଏକାଡେମୀଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ କପ ଟୁର୍ଣ୍ଣାମେଣ୍ଟ ଅଫିସର୍ସ ଏକାଦଶକୁ ପେନାଲ୍ଟି ସୁଟ ଆଉଟରେ ୩-୦ ଗୋଲରେ ପରାସ୍ତ କରି ଲିଡର୍ସ ଏକାଦଶ ଚମ୍ପିଆନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ୪ଟି ଦଳ ଅଂଶଗ୍ରହଣ କରିଥିଲେ।

ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍‌ ‘ଲିଡର୍ସ ଏକାଦଶ’ ଦଳ ଓ ରନର୍ସ ଅପ୍‌ ‘ଅଫିସର୍ସ ଏକାଦଶ’ ଦଳ ସମେତ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ‘ମିଡ଼ିଆ ଏକାଦଶ’ ଏବଂ ‘ଟାଟା ଷ୍ଟିଲ ଏକାଦଶ’ ଦଳକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି ।

- Advertisement -

ଓଡ଼ିଶା ଫୁଟବଲ୍‌ ଏକାଡ଼େମୀଠାରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଅନ୍ୟାନ୍ୟ ମନ୍ତ୍ରୀ ଏବଂ ବିଧାୟକଗଣ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ମିଶି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉପଭୋଗ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ଏପରି ଏକ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଦେଖିବା ସହ ସରକାରୀ କର୍ମଚାରୀ, ମିଡ଼ିଆ, ଟାଟା ଷ୍ଟିଲର କର୍ମକର୍ତ୍ତାଙ୍କ ସହ ସମୟ ଅତିବାହିତ କରିଥିବାରୁ ଶ୍ରୀମତୀ ପରିଡ଼ା ଖୁସିବ୍ୟକ୍ତ କରି କହିଥିଲେ ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ମନରେ ଏକତା ଏବଂ ଭାଇଚାରା ସୃଷ୍ଟି କରିବ।

ସମୃଦ୍ଧ ଓଡିଶା ଗଠନରେ ସରକାରୀ କର୍ମଚାରୀ, ମିଡ଼ିଆ ଏବଂ କର୍ପୋରେଟ କର୍ମଚାରୀଙ୍କ ସହଭାଗିତା ଓ ସହଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଏକାଠି କାମ କରିବା ପାଇଁ ପ୍ରେରଣା ଦେବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଶା ଫୁଟବଲ୍‌ ଏକାଡ଼େମୀଠାରେ ଟାଟା ଷ୍ଟିଲ ପକ୍ଷରୁ ପ୍ରତିବର୍ଷ ଏହିପରି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଆସୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories