www.samajalive.in
Saturday, December 13, 2025
26.1 C
Bhubaneswar

ପୋଡ଼ି ହୋଇ କିନ୍ନରଙ୍କ ମୃତ୍ୟୁ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମର ସନ୍ୟାସୀ କନ୍ଦପାନ ନାମକ ୭୦ ବର୍ଷର ଜଣେ କିନ୍ନର ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଶନିବାର ଚୁଲି ଲଗାଇବା ବେଳେ ଅସବଧାନତା ଯୋଗୁଁ ତାଙ୍କର ଦେହରେ ନିଆଁ ଲାଗି ଯାଇଥିଲା। ତେବେ ତାଙ୍କର ପାଟି ଫିଟୁ ନଥିବାରୁ ସେ କଥା କହି ନପାରି ନାହିଁ କେବଳ ସବ୍ଦ କରି ପଦାକୁ ଆସିଥିଲେ। ପରେ ସମ୍ପର୍କୀୟ ମାନେ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କ ଶରୀର ଶତ ପ୍ରତିଶତ ପୋଡ଼ି ଯିବା ସହିତ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ। ପରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କିନ୍ତୁ ପରିବାର ଲୋକ ଏଠାରୁ ୩ କିମି ଦୂର ବୁର୍ଜା ଗ୍ରାମକୁ ମୃତ ଦେହ ନେବାପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ମାଗିମାରୁ ତାହା ମିଳିନଥିଲା। ଫଳରେ ଏଥିପାଇଁ ସମ୍ପର୍କୀୟ ମାନେ ଉତ୍‍କ୍ଷିପ୍ତ ହୋଇ ଡାକ୍ତର ଖାନା କତୃପକ୍ଷ ଓ ସରକାରଙ୍କ ବିରୋଧରେ ନାରାବାଜୀ କରି ମୃତ ଦେହକୁ ଆଣି ରାୟଗଡ଼ା-କୋରାପୁଟ ରାସ୍ତାରେ ରଖି ଅଳ୍ପ ସମୟ ପାଇଁ ରାସ୍ତାରୋକ କରିଥିଲେ। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଲୋକ ମାନଙ୍କୁ ବୁଝା ସୁଝା କରିବାରୁ ସେମାନେ ଚାଲି ଚାଲି ୩ କିଲୋ ମିଟର ପାର୍ଯ୍ୟନ୍ତ ଶବକୁ କାନ୍ଧେଇ କାନ୍ଧେଇ ନେଇଥିଲେ। ସୂଚନାଯୋଗ୍ୟ ଏହିଭଳି ଘଟଣା ପ୍ରାୟ ବିଭିନ୍ନ ସମୟରେ ଘଟୁଛି। ଗୁରୁତର ଅବସ୍ଥାରେ ଆସି ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ପାଇଁ ମହାପରାୟଣ ଗାଡ଼ି ନଥିବାରୁ ଅନେକ ସମୟରେ ହଇରାଣ ହେବା ସହିତ ବହୁବାର ଏନେଇ ଅଭି ଯୋଗ ହୋଇଥିଲେ ମଧ୍ୟ ତା’ର ବନ୍ଦୋବସ୍ତ କରାଯାଉ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories