www.samajalive.in
Saturday, December 6, 2025
15.1 C
Bhubaneswar

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଡିଓଙ୍କ ସହିତ ଜିଲାପାଳଙ୍କ ଆଲୋଚନା

ଲକ୍ଷ୍ମୀପୁର :  ଲକ୍ଷ୍ମୀପୁରରେ ଡେଙ୍ଗୁ ଜ୍ବର ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ଅନେକ ରୋଗୀ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କଲେଣି। ଏଥିପାଇଁ ଲକ୍ଷ୍ମୀପୁରରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ବେସରକାରୀ ଭାବେ ତା ଠାରୁ ଅଧିକ ହେବ। ଏକଥାକୁ ଜିଲାପାଳ ମଧ୍ୟ ସ୍ବୀକାର କରିଛନ୍ତି। ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା କୁ ଭାରପ୍ରାପ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀ ସଦାଶିବ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୋରାପୁଟ ଜିଲାପାଳ ମହମ୍ମଦ ଅଖତାର । ଲକ୍ଷ୍ମୀପୁର ଗ୍ରସ୍ତରେ ବୁଧବାର ଆସିଥିବା ବେଳେ ସେ ଚିନ୍ତା ବ୍ୟକ୍ତ କରିବା ସହିତ ସଚେତନ ପାଇଁ ପରାମର୍ଶ ଦେଇଥିଲେ ବିଶେଷକରି ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ମଧ୍ୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସୂଚନା ଯୋଗ୍ୟ , ଡେଙ୍ଗୁ ଜ୍ବରରେ ବହୁ ରୋଗୀ ଆକ୍ରାନ୍ତ ହେଉଥିବା ବେଳେ ଏକାଧିକ ପ୍ରାଣ ହରାଇଲେଣି। ସ୍ବାସ୍ଥ୍ୟ ବିଭାଗର ଖିଆଲି ମନୋଭାବ ସହିତ ସାହିରେ ଅଳିଆ ଆବର୍ଜନା ସହିତ ପାଣି ଜମି ରହିଥିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ ରୋଗ ନିୟନ୍ତ୍ରଣ କୁ ଆସି ପାରୁନାହିଁ।
ଏଭଳି ପରିସ୍ଥିତିରେ ଜିଲାପାଳଙ୍କ ପରାମର୍ଶକୁ ଗୁରୁତ୍ବ ଦେଇ କିପରି କାର୍ୟ୍ୟ କରାଯାଉଛି , ସେହିପରି ଜିଲାପାଳ ଲକ୍ଷ୍ମୀପୁର ସଦର ମହକୁମାରେ ହରିଜନ ସାହି ବୁଲି ରାସ୍ତା ଘାଟ ଓ ପରିବେଶ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ ଯେଉଁ ଦୋକାନି ମାନେ ରାସ୍ତା ଉପରେ ଓ ଦୋକାନ ମୁହଁରେ ଅଳିଆ ଆବର୍ଜନା ପଡି ରହୁଛି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକତା ଦୃଷ୍ଟିକୁ ଦେଖି ଖରାପ ହୋଇ ଯାଇଥିବା ରାସ୍ତା କୁ ମରାମତି ସହିତ ବର୍ତ୍ତମାନ ଯେଉଁ ଡ୍ରେନ ଗୁଡିକ ଅଛି ତାହା ଅଣ ଓସାରିଆ ରହିଥିବା କାରଣରୁ ଅଳିଆ ସଫା କରିବା ପାଇଁ ଅସୁବିଧା ହେବା ସହିତ ଠିକ୍ ଭାବେ ଜଳ ନିଷ୍କାସନ ହୋଇ ପାରୁନାହିଁ। ତେଣୁ ଆଗାମୀ ଦିନରେ ନିର୍ମାଣ ହେବକୁ ଥିବା ଡ୍ରେନ୍ ଗୁଡ଼ିକ ଅଧିକ ଓସାରିଆ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories