www.samajalive.in
Saturday, December 6, 2025
14.1 C
Bhubaneswar

ଆନ୍ଧ୍ରପ୍ରଦେଶରେ ବଡ ଅଘଟଣ ; ଅଟୋରେ ବିଦ୍ୟୁତ ତାର ପଡି ୮ ମୃତ

ବିଜୟୱାଡା  : ଚଳନ୍ତା ଅଟୋ ଉପରେ ବିଦ୍ୟୁତ ତାର ଖସି ଜିଅନ୍ତା ଜଳିଯାଇଛନ୍ତି ୮ ଜଣ ଯାତ୍ରୀ। ଏଭଳି ଏକ ବଡ ଧରଣର ଅଘଟଣ ଘଟିଛି ଆନ୍ଧ୍ରପ୍ରଦେଶ ଜିଲା ସତ୍ୟସାଇ ଜିଲାରେ। ଅଟୋରେ ବସି ବିଲକୁ କାମ କରିବାକୁ ଯାଉଥିବା ସମୟରେ ରାସ୍ତାରେ ବିଦ୍ୟୁତ ତାର ଛିଣ୍ଡି ଅଟୋ ଉପରେ ଖସି ପଡିଥିଲା। ଫଳରେ ଅଟୋରେ ନିଆଁ ଲାଗିବା ସହ ଯାତ୍ରୀମାନେ ଜିଅନ୍ତା ଜଳିଯାଇଥିଲେ। ଖବର ପାଇବେ ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି  ଖୁବ ପରିଶ୍ରମ କରି ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ମହିଳା ଥିବା ସହ ସେମାନେ ଗୁଦାମପଲ୍ଲୀ ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଚାଳକ ଜଣକ ଦୁର୍ଘଟଣା ସମୟରେ ଅଟୋରୁ ଡେଇଁ ପଡିଥିଲେ। ପୁଲିସ ଚାଳକକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories