www.samajalive.in
Friday, December 12, 2025
26.1 C
Bhubaneswar

ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି, ଦୁଇ ସପ୍ତାହ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ : ୩ ଆକ୍ରାନ୍ତ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକରେ ଝାଡାବାନ୍ତି ଲାଗିଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତିନି ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ବ୍ଲକର ଓଡିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗ୍ରାମରେ ଏହି ଭଳି ୫ ଜଣଙ୍କ ମୃତ୍ୟୁ ହୋଇଛି।
ମୃତ୍ୟୁ ଘଟିଥିବା ବ୍ୟକ୍ତି ମାନେ ହେଲେ ସିଙ୍ଗାରୀ ମାଣ୍ଡିଙ୍ଗା, ଲିମ୍ବେ ମାଣ୍ଡିଙ୍ଗା, ସେକୁରୁ ମାଣ୍ଡିଙ୍ଗା ଓ ସରୋଜିନୀ ମାଣ୍ଡିଙ୍ଗା ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ୩ ଜଣ ସୁଆଇ, ବୃନ୍ଦା, ଜୁଗୁ ମାଣ୍ଡିଙ୍ଗା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ରମେଶ ମାଣ୍ଡିଙ୍ଗା ଅଭିଯୋଗ କରିବା ସହିତ କୌଣସି ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଯାଇ ନଥିବା କହିଛନ୍ତି ।
ତେବେ ସରୋଜିନୀ ଗ୍ରାମରୁ  ଆକ୍ରାନ୍ତ ହୋଇ କାଶୀପୁର ବ୍ଲକର ମସୁରୀ ପଦର ଗ୍ରାମରେ ଯାଇ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ସୂଚନାଯୋଗ୍ୟ ଏହିକି ଯେ ଗତ ବର୍ଷ ମଧ୍ୟ ପଡୋଶୀ କାଶୀପୁର, ଦଶମନ୍ତପୁର ବ୍ଲକ ସହିତ ଲକ୍ଷ୍ମୀପୁର ବ୍ଲକରେ ମଧ୍ୟ ଝାଡାବାନ୍ତି ଲାଗିଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏବର୍ଷ ଦଶମନ୍ତପୁର ବ୍ଲକରେ ଝାଡାବାନ୍ତି ରୋଗ ଆରମ୍ଭ ହୋଇଥିଲା ବେଳେ ଲକ୍ଷ୍ମୀପୁର ବ୍ଲକରେ ମଧ୍ୟ ଏହା ଆରମ୍ଭ ହୋଇଛି।ଏହା ମହାମାରୀ ରୂପ ନେବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସଚେତନ ହେବା ଆବଶ୍ୟକ ହୋଇ ପଡିଛି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories