www.samajalive.in
Friday, December 12, 2025
26.1 C
Bhubaneswar

ଷ୍ଟେସନ ପରିଚାଳକଙ୍କ ଜରିଆରେ ରେଳମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

ଗୁରୁଡିଝାଟିଆ : ୬ଗାଁ ରେଳ ଲେବୁଲ କ୍ରସିଂ ନିକଟରେ ନିର୍ମିତ ହୋଇଥିବା ରେଳଗଳା ପୋଲରେ ଅସରାଏ ବର୍ଷାରେ ୪ଫୁଟର ପାଣି ଜମି ରହୁଥିବାରୁ ଗୋବରା ପଞ୍ଚାୟତର ୧୨ଟି ଗାଁର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଦ୍ୟାର୍ଥୀମାନେ ଓ ରୋଗୀମାନେ ଅତି ଜଟିଳ ପରିସ୍ଥିତିର ସମ୍ମୁଖିନ ହେବା ସହିତ ବାଧ୍ୟ ହୋଇ ୫କିମି ବୁଲିକି ନିଜ ଗାଁକୁ ଯାତାୟାତ କରୁଛନ୍ତି । ରେଳ ବିଭାଗର ତୃଟିପୂର୍ଣ୍ଣ ନିର୍ମାଣ ଶୈଳୀ ପାଇଁ ରେଳ ଗଳାପୋଲରୁ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ଏ ସଂର୍ପକରେ ଜନସାଧାରଣଙ୍କ ଅସୁବିଧା ବିଷୟରେ ‘ସମାଜ’ରେ ଖବର ପ୍ରକାଶ ପରେ ଆଜି ଗୋବରା ପଞ୍ଚାୟତ ସହିତ ପାଖ ପଞ୍ଚାୟତର ଶତାଧିକ ଜନସାଧାରଣ ଲିଖିତ ଭାବେ ରେଳମନ୍ତ୍ରୀ , ବିଭାଗୀୟ ଅଧିକାରୀଙ୍କୁ ଛଅଗାଁ ଠାରେ ଥିବା ଗୁରୁଡିଝାଟିଆ ରେଳଷ୍ଟେନର ପରିଚାଳକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଗୋବରା, ଗୋବରା ଶାସନ, ଭଗବାନପୁର, ଖାକ୍ସା, ମହୁରିଆ, ବନଖମଣ, ଦଣ୍ଡାପଡିଆ, ତାଳପଡିଆ ସହିତ ଏକାଧିକ ଗାଁର ଜନସାଧରଣ ସରକାରୀ କାର୍ଯ୍ୟ, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories