www.samajalive.in
Saturday, December 6, 2025
15.1 C
Bhubaneswar

କମ୍ପାନିର ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗରେ ଥାନା ଘେରାଉ

ଲକ୍ଷ୍ମୀପୁର : କୋଡିଙ୍ଗାମାଳି ଖଣିଖନନର ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଗୁରୁବାର ଭତ୍ତା ବଣ୍ଟନ କରାଯାଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଶତାଧିକ ମହିଳା ଓ ପରୁଷ ଅଭିଯୋଗ କରିଥିଲେ। ଏପରିକି ଯଦି ଭତ୍ତା ଦେଉଛ ତାହେଲେ ପ୍ରକୃତ ଗରିବ ଓ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭତା ଦିଆଯାଉ ନଚେତ ଭତା ବନ୍ଦ କରାଯାଉ ବୋଲି ଅଭିଯୋଗ କରି ହୋହାଲା କରିଥିଲେ।  ପରେ ଭତ୍ତା ପାଇବା ଓ ନପାଇବା ମହିଳା ପୁରୁଷ ଙ୍କ ମଧ୍ୟରେ ବଚସା ହେବା ସହ ଠେଲାପେଲା ହୋଇଥିଲା। ଖବର ପାଇ ଘଟଣା ସ୍ଥଳକୁ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭତା ବଣ୍ଟନକୁ ବନ୍ଦକରାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଭତା ବଣ୍ଟନ ସଂମ୍ପୂର୍ଣ ଭାବେ ବନ୍ଦ କରିବା ସକାଶେ କୋଡିଙ୍ଗା ମାଳି ସୁରକ୍ଷା ମଞ୍ଚ ତରଫରୁ ଏନେଇ ଆଗରୁ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ତରଫା ଭାବେ କେବଳ ଭତା ବଣ୍ଟନ ବନ୍ଦ କରାଇଦେଲା, କିନ୍ତୁ ଭତା ବଣ୍ଟନ ଯେଉଁମାନେ କରୁଥିଲେ ସେମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ତଦନ୍ତ କରାଯିବ ଓ କାହାକୁ କେଉଁ ସ୍ଥିତିରେ ଭତ୍ତା ବଣ୍ଟନ କରାଯାଉଛି ତାହା ତର୍ଜମା କରାଯିବ ବୋଲି ଏସଡିପିଓ ଅଶ୍ବିନି କୁମାର ନାୟକ ଓ ଆଇଆଇସି ଗୌରହରି ସାହୁ ଅନେକ ବୁଝାଇବା ସତ୍ବେ ମହିଳା ଓ ପରୁଷ ଏସବୁକୁ ପ୍ରତ୍ୟାଖ୍ୟାନକରି ଥାନା ଘେରାଉ କରି ରଖଛନ୍ତି। ବର୍ତ୍ତମାନ ମଧ୍ୟ ଶତାଧିକ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ରୋଷେଇ ବାସ କରି ଖାଇ ସାରିବା ପରେ ମଧ୍ୟ ଥାନା ଗେଟ୍ ସମ୍ମୁଖରେ ଗିରଫ ଦାବି କରି ବସି ରହିଛନ୍ତି। ପରିସ୍ଥିତିକୁ ଦେଖି ୨ପ୍ଲାଟୁନ ପୁଲିସ ଫୋର୍ସ ସହ ମହିଳା ପୁଲିସ ନିୟୋଜିତ ରହିଥିବା ବେଳେ ମାଜିଷ୍ଟେଟ୍ ଦାୟିତ୍ବରେ ତହସିଲଦାର ମଧୁମିତା ପାମେଲକର ପ୍ରକାଶ କରିଛନ୍ତି। ଏପରି ସ୍ଥିତିରେ ମଧ୍ୟ ପାରିପାର୍ଶ୍ବିକ ଅଞ୍ଚଳର ଗରିବ ମାନଙ୍କୁ ଭତ୍ତା ବଣ୍ଟନ କରାଯାଉଥିବା କମ୍ପାନି ତରଫରୁ ଜଣାପଡିଥିବା ବେଳେ କମ୍ପାନି ନହେବା ପର୍ଯ୍ୟନ୍ତ କାହାକୁ ମଧ୍ୟ ଭତା ବଣ୍ଟନ କରାନଯାଉ ଓ ଖଣି ଖନନ ବନ୍ଦ ରଖାଯାଉ ବୋଲି ଅଞ୍ଚଳବାସି ଦାବି କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories