ମେଷ: ପ୍ରୀତି ଲାଭର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ଭାବେ ଲୋକାଦୃତ ହେବେ। ସାମୟିକ ଭାବେ ମନରେ ଗର୍ବଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ବୃଷ: ଚେଷ୍ଟା ଫଳବତୀ ହେବ। କ୍ରୋଧିତ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ଥିବାରୁ ଅସହାୟ ଅବସ୍ଥା ସୁଧୁରି ଯିବ। ଶତ୍ରୁକୁ ନିପାତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: କାର୍ୟ୍ୟ ହାସଲ କରିବେ; ମାତ୍ର ଏଥି ପାଇଁ ବହୁ କଷ୍ଟର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳମନା ହେବେ। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।
କର୍କଟ: ଉଦାର ସ୍ୱଭାବ ଯୋଗୁଁ କିଛିଦ୍ରବ୍ୟ ନଷ୍ଟ ହୋଇପାରେ। ଦାନଶୀଳ ହେବା ଆଶା କରାଯାଏ। ସୁଖୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ ହେବେ।
ସିଂହ: ଦିନଟି ସମସ୍ୟାବହୁଳ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଉପୁଜି ପାରେ। ପ୍ରେମୀ ଓ ସାହସୀ ହେବେ।
କନ୍ୟା: ଭାଗ୍ୟଶାଳୀ ହେବେ। ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ସପତ୍ନୀକ ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ। ମିତ୍ର ସୁଖ ପାଇ ଉତ୍ଫୁଲ୍ଲିତ ହେବେ। ବ୍ୟସ୍ତତାରେ ସୁଧାର ଆସିବ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ମାଲି ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ ହେବ।
ବିଛା: ହିତକର କାର୍ୟ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳମନା ଓ ଏକାନ୍ତ ପ୍ରିୟ ହେବେ। ଚକ୍ଷୁ ଯନ୍ତ୍ରଣା ଭୋଗ କରିପାରନ୍ତି। ମଧୁରଭାଷାରେ ପରକୁ ଆପଣାର କରିବେ।
ଧନୁ: ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଆଦର-ସମ୍ମାନ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳମନା ହେବେ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ଦ୍ରବ୍ୟଲାଭ ହେବ।
ମକର: ସୁଯୋଗ ପାଇ ଆଗକୁ ମାଡ଼ି ଚାଲିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି।
କୁମ୍ଭ: ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରିପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଅଛି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ।
ମୀନ: ସତର୍କତାର ଦିନ। ଆଜି ସୁଖ-ସମ୍ମାନ ଲାଭ କରିପାରନ୍ତି। ପରିସ୍ଥିତିରେ ପଡ଼ି ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ନ କରିବା ଭଲ।
ଶୁକ୍ରବାର ରାଶିଫଳ ୧୩। ୦୩।୨୦୨୦
Popular Categories



