www.samajalive.in
Sunday, December 14, 2025
19.1 C
Bhubaneswar

ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯକ୍ରମ

ପାଟଣା : ପିପିଳିଆ ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଗୁରୁବାର ଅଧ୍ୟକ୍ଷ ଦୈତାରି ମହାନ୍ତଙ୍କ ସଭାପତିତ୍ବରେ ସମନ୍ଵିତ ଯୁବ ବିକାଶ କାର୍ଯକ୍ରମ ଅନୁଷ୍ଠିତ  ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ବେଳନର ସଭାପତି ନୃସିଂହନାଥ ସିଂହ, ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗବନ୍ଧୁ ମହାନ୍ତ ଯୋଗଦେଇ ମିଳିତ ଭାବେ କାର୍ଯକ୍ରମକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । କାର୍ଯକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁଚରଣ ସାମଲ, ଅଧ୍ୟାପକ ତପନ କୁମାର ମହାନ୍ତ, ଅଧ୍ୟାପକ ପଙ୍କଜ କୁମାର ଶତପଥି,ଅଧ୍ୟାପକ ମନୋରଞ୍ଜନ ପଲେଇ, ଅଧ୍ୟାପକ ସନ୍ତୋଷ ନାରାୟଣ, ରୁଦ୍ରନାରାୟଣ ମହାନ୍ତ, ଡକ୍ଟର ତ୍ରିଲୋଚନ ପଣ୍ଡା, ଅଧ୍ୟାପିକା ଚନ୍ଦ୍ରିକା ମହାନ୍ତ, ପ୍ରିୟଙ୍କା ଦାସ ଓ ନିବେଦିତା ଶୁକ୍ଳା ପ୍ରମୁଖ କାର୍ଯକ୍ରମରେ ସାମିଲ ଥିଲେ। ଉଦଘାଟନ ପର୍ବ ଶେଷରେ ଲକ୍ଷ୍ମୀଧର ମହାନ୍ତ, ରଞ୍ଜନ କୁମାର ବେହେରା, ମୁକୁନ୍ଦ ଚରଣ ମହାନ୍ତ , କେଶବ ମହାନ୍ତ, ପବିତ୍ର ମୋହନ ମହାନ୍ତ, ରତ୍ନାକର ମହାନ୍ତ ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ସଚେତନତା ଶୋଭାଯାତ୍ରାରେ ପିପିଳିଆ ଗ୍ରାମ ଓ ବଜାର ଅଞ୍ଚଳ ପରିକ୍ରମା କରିଥିଲେ। ଏହି ସମନ୍ନିତ ଯୁବ ବିକାଶ କାର୍ଯକ୍ରମରେ ଖେଳକୁଦ ଠାରୁ ବିଭିନ୍ନ ସାମାଜିକ ସଚେତନାତା କବିତା ପାଠ, ପ୍ରବନ୍ଧ ପାଠ, ଚିତ୍ରାଙ୍କନ ଆଦି ବିବିଧ ପ୍ରତିଯୋଗିତା ଡିସେମ୍ବର ଶେଷ ସପ୍ତାହ ଯାଏ ଅନୁଷ୍ଠିତ ହେବ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories