www.samajalive.in
Thursday, December 11, 2025
16.1 C
Bhubaneswar

ଭୋଳାସିଙ୍ଗିରେ ଶ୍ରୀଲକ୍ଷ୍ମୀନୃସିଂହଙ୍କ ପ୍ରାସାଦ ପ୍ରତିଷ୍ଠା ଓ ଠାକୁରାଣୀ ଯାତ୍ରା

ଚିକିଟି: ଗଞ୍ଜାମ ଜିଲ୍ଲା କଳବାଡ଼ ପଞ୍ଚାୟତ ଭୋଳାସିଙ୍ଗିରେ ପ୍ରାୟ ୧୩୦ ବର୍ଷ ଧରି ପୂଜା ପାଇ ଆସୁଥିବା ଶ୍ରୀଉଗ୍ରନୃସିଂହଙ୍କ ନିମନ୍ତେ ନବ ନିର୍ମିତ ଭବ୍ୟବୈଷ୍ଣବ ପ୍ରାସାଦ ଓ ଅଷ୍ଟଧାତୁ ନିର୍ମିତ ଲକ୍ଷ୍ମୀନୃସିଂହ ବିଗ୍ରହ ପ୍ରତିଷ୍ଠା ସହିତ ପଞ୍ଚକୁଣ୍ଡିୟ ନୃସିଂହ ମହାଯଜ୍ଞ ଏବଂ ଠାକୁରାଣୀ ଯାତ୍ରା ମହା ସମାରୋହରେ ଚାଲିଛି। ୯ ତାରିଖରେ ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଜଳ ଯାତ୍ରା, ଅଙ୍କୁରାରୋପଣ କରାଯାଇଥିଲା। ଠାକୁରାଣୀ ଯାତ୍ରା ପାଇଁ ଶଙ୍ଖ, ହୁଳହୁଳି, ଢୋଲ, ମୃଦଙ୍ଗ ତାଳରେ ମା’ଙ୍କ ଆଜ୍ଞାମାଳ ଆଣି ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଥିଲା। ବ୍ରାହ୍ମଣ ବରଣ ପରେ ବନଯାଗ, ଶାଲା ସଂସ୍କାର, ବୈଷ୍ଣବଅଗ୍ନି ସ୍ଥାପନ, ନାମଯଜ୍ଞ, ପାର୍ଶ୍ଵ ଦ୍ୱାର, ଚକ୍ର, ଧ୍ବଜା ସ୍ଥାପନ, ଦେବତା ମହାସ୍ନାନ, ଜୀବନ୍ୟାସ, ରତ୍ନମୁଦ ପକାଯାଇ ବିଶୁଦ୍ଧ ସିଂହ ଲଗ୍ନରେ ଅଷ୍ଟଧାତୁ ନିର୍ମିତ ଲକ୍ଷ୍ମୀନୃସିଂହ ବିଗ୍ରହଙ୍କୁ ପ୍ରାସାଦରେ ଅଧିଷ୍ଠିତ କରାଯାଇଛି। ପ୍ରତ୍ୟହ ଘୃତ, ଅନ୍ନ, ନାମ ଯଜ୍ଞ ଚାଲୁରହିଥିବା ସହିତ ମନୋରଞ୍ଜନ ପାଇଁ ପ୍ରହଲ୍ଲାଦ ନାଟକ ପରିବେଷଣ ଓ ବିଭିନ୍ନ ପଟୁଆର ମା’ ବୁଢ଼ୀ ଠାକୁରାଣୀଙ୍କୁ ନଗର ପରିକ୍ରମା ଚାଲୁରହିଛି। ଯଜ୍ଞ ପ୍ରଚାରକ ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଯଜ୍ଞ ପ୍ରତିଷ୍ଠା ଅନୁଷ୍ଠାନର ଆସନ୍ତା କାଲି ପୂର୍ଣ୍ଣାହୁତି ଦିବସରେ ମହାଧ୍ଵଜ ଭ୍ରମଣ, ଯଜମାନ ପ୍ରତିଷ୍ଠା ମା’ ଠାକୁରାଣୀଙ୍କୁ ସ୍ଵମନ୍ଦିର ପ୍ରତ୍ୟାବର୍ତନ କରିବେ। ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ ଗ୍ରାମ ପରିବେଶ ଝଲସି ଉଠୁଥିବା ବେଳେ ମହାନୃସିଂହ ମନ୍ତ୍ର ଉଚ୍ଚାରଣରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁ ନୃସିଂହଙ୍କ ଆଶୀର୍ବାଦ ଲାଭ କରୁଛନ୍ତି। ଗଡା଼ଧର ସାହୁ, ବାଇଲୁଡୁ ସାହୁ, ବାଳାଜି ସାହୁ, ସୁଦର୍ଶନ ପାଢ଼ୀଙ୍କ ସମେତ ଗ୍ରାମବାସୀ ପରିଚାଳନା ଦାୟିତ୍ୱରେ ଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories