ଡେସ୍କ: ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ଗସ୍ତରେ ଯିବେ। ଶ୍ରୀ ମୋଦୀ ଲୁମ୍ବିନୀଠାରେ ଭାରତ ଆନ୍ତର୍ଜାତିକ ବୌଦ୍ଧ ସଂସ୍କୃତି ଓ ଐତିହ୍ୟ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଯୋଗଦେବେ। ଏହି କେନ୍ଦ୍ର ନିର୍ମାଣ ଲାଗି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆର୍ଥିକ ସହାୟତା ଯୋଗାଇ ଦେଇଛି। ଲୁମ୍ବିନୀଠାରେ ପ୍ରଧାନମନ୍ତ୍ରୀ ମାୟାଦେବୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହାଛଡ଼ା ନେପାଳ ସରକାର ଓ ଲୁମ୍ବିନ୍ ବିକାଶ ଟ୍ରଷ୍ଟ ଦ୍ୱାରା ସେଠାରେ ଆୟୋଜିତ ହେବାକୁଥିବା ବୁଦ୍ଧଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ।
ଏହି ଅବସରରେ ନୂଆଦିଲ୍ଲୀଠାରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଆନ୍ତର୍ଜାତିକ ବୌଦ୍ଧ ସଂଗଠନ ପକ୍ଷରୁ ମିଳିତ ଭାବେବୈଶାଖ ବୁଦ୍ଧ ପୂର୍ଣ୍ଣିମା ପାଳନ କରାଯିବା ଲାଗି ଏକ ସମାରୋହର ଆୟୋଜନ କରାଯାଇଛି।



