www.samajalive.in
Friday, December 12, 2025
26.1 C
Bhubaneswar

ଆଇନଜୀବୀ ଦିବସ ପାଳିତ 

ସମ୍ବଲପୁର: ଜିଲା ଅଧିବକ୍ତା ପରିଷଦ ତରଫରୁ ସ୍ଥାନୀୟ ମ୍ୟୁନିସିପାଲଟି ଛକ ସ୍ଥିତ ସାମ୍ବାଦିକ ଭବନଠାରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଦେୱାନୀ ଓକିଲ ବରଦା ମାଧବ ଗୁରୁ ମୁଖ୍ୟ ଅତିଥି ଏବଂ ଓଡ଼ିଶା ଆଇନଜୀବୀ ସଂଘର ପୂର୍ବତନ ସଭାପତି ସତ୍ୟ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଯେଉଁଭଳି ମଧୁସୂଦନ ଦାସ, ଡ. ବି.ଆର. ଆମ୍ବେଦକର, ଚନ୍ଦ୍ରଶେଖର ବେହେରା ପ୍ରମୁଖ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରି ନିଜର ପାରଦର୍ଶିତା ଦେଖାଇ ଯାଇଛନ୍ତି, ସେହି ଆଧାରରେ ବର୍ତ୍ତମାନର ଓକିଲ ପିଢ଼ି ସ୍ୱାଭିମାନ ଓ ନ୍ୟାୟ ପ୍ରଦାନ ସହିତ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସମସ୍ତ ଓକିଲମାନଙ୍କୁ ଆହ୍ୱାନ ବକ୍ତାମାନେ କହିଥିଲେ। ସଭାର ପ୍ରାରମ୍ଭରେ ଭାରତ ମାତାଙ୍କ ପୂଜା ପରେ ଅଧିବକ୍ତା ପରିଷଦର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସେଲର ସଭାପତି ସଞ୍ଜିବ ତ୍ରିପାଠୀ, ପ୍ରଦୀପ ସୁପକାର, କାହ୍ନୁଚରଣ ଷଡଙ୍ଗୀ, ରତନ ଅଗ୍ରୱାଲ, ଯୁଗଳ ନନ୍ଦ, କ୍ଷେତ୍ର ମୋହନ ବେଉରିଆ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଆଇନଜୀବୀ ଅରବିନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories