ପଶୁପକ୍ଷୀଙ୍କ ପାଇଁ ସ୍ୱଇଚ୍ଛାର ପାଣି ସୁବିଧା 

ସମ୍ବଲପୁର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ମଣିଷ ସମେତ ପଶୁପକ୍ଷୀ ଓ ସମଗ୍ର ଜୀବଜଗତ ଡହଳବିକଳ ହେଉଛନ୍ତି। ପ୍ରବଳ ରୌଦ୍ରତାପକୁ ଧ୍ୟାନରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’ ପକ୍ଷରୁ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଞ୍ଚଳର ବିଭିନ୍ନ ସ୍ଥାନରେ ୩୦ଟି ସ୍ଥାନରେ ପାଣି କୁଣ୍ଡ ରଖାଯାଇଛି। ଏହି ମାନବୀୟ ସେବା କାର୍ଯ୍ୟକୁ ଡା. ଶଙ୍କର ରାମଚନ୍ଦାନୀ ଉଦଘାଟନ କରିଛନ୍ତି। ଏଥିରେ ସ୍ୱଇଚ୍ଛାର ଆର୍ତ୍ତତ୍ରାଣ ଶତପଥୀ, ଡା. ଅଶୋକ ପାଣୀଗ୍ରାହି, ଦିଲୀପ ପଣ୍ଡା, ହିମାଂଶୁ କିରଣ ବେହେରା, ହିମାଂଶୁ ଭୋଇ, ସୀମା ଖଟେଇ, ସୁଧାଂଶୁ ଭୋଇ, ସୁବାଷିଷ ସରକାର, ଅମିତାଭ ପରିଡା, ରାଜ ଶେଖର ରଣା, ଅସୀମ ଅମିତାଭ ରାଉତ, ସୁଧିର ମିଶ୍ର, ରଜତ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ତନ୍ମୟ ମେହେର, କୁନୁ ମହାକୁଡ ପ୍ରମୁଖ ସକ୍ରିୟ ସହଯୋଗ କରୁଛନ୍ତି।

kalyan agarbati

Comments are closed.