www.samajalive.in
Friday, December 12, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା : ୩୨୦୩ଟି ପରୀକ୍ଷା କେନ୍ଦ୍ର, ୫୭୧୯୦୯ ପରୀକ୍ଷାର୍ଥୀ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ -୨ ପରୀକ୍ଷା ଶୁକ୍ରବାର (ଆସନ୍ତାକାଲି)ଠାରୁ  ଆରମ୍ଭ ହେବ। ଏହା ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବ​ର୍ଷ ​‌ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀର ସମେଟିଭ୍‍ ଆସେସ୍‍ମେଣ୍ଟ-୨ ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପରିଚାଳନା ଓ ତଦାରଖ ପାଇଁ ୪ ସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ୬୫ଟି ଫ୍ଲାଇଙ୍ଗ ସ୍କ୍ୱାଡ୍‍, ପରିଷଦ ପକ୍ଷରୁ ୩୮ଟି କେନ୍ଦ୍ରୀୟ ସ୍କ୍ୱାଡ୍‍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ସ୍କ୍ୱାଡ୍‍ ଏବଂ ପ୍ରତି ଜିଲାରେ ଜିଲାପାଳଙ୍କ ପକ୍ଷରୁ ଗଠିତ ସ୍କ୍ୱାଡ୍‍ ପରୀକ୍ଷା ପରିଚାଳନା ତଦାରଖ କରିବେ।

ପ୍ରଶ୍ନପତ୍ର ରଖିବା ପାଇଁ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି । ମାଓପ୍ରବଣ ଜିଲାର ୨୧ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୯ଟି ନୋଡାଲ କେନ୍ଦ୍ର ହୋଇଥବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।  ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ସମୟରେ ୨୪ ଘଣ୍ଟିଆ ସଶସ୍ତ୍ର ପୁଲିସ ପ୍ରହରା ବ୍ୟବସ୍ଥା କରାଯାଇଛି। କୋଭିଡ୍‍-୧୯ ଗାଇଡ୍‍ ଲାଇନ୍‍ ଅନୁପାଳନ କରିବା ସହ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ୍‍ ନିଷେଧ କରାଯାଇଛି।
ସମଗ୍ର ରାଜ୍ୟର ମଧ୍ୟମା ପରୀକ୍ଷା ପାଇଁ ୪୪୪୩ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ମୋଟ ୧୨୨ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୯୩୭୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିବା ବେଳେ ୨୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା ପ୍ରଥମ ସିଟିଂରେ ହେବ। ତେଣୁ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପକ୍ଷରୁ ପୂର୍ବ ଘୋଷିତ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟମା ପରୀକ୍ଷାର ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଇଂରାଜୀ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮ରେ ଗୃହ ବିଜ୍ଞାନ ପ୍ରାକ୍ଟିକାଲ ସକାଳ ୮ଟାରୁ ୯ଟା, ୯ ତାରିଖ ଗୃହ ବିଜ୍ଞାନ ଥିଓରୀ ସକାଳ ୮ଟାରୁ ୧୦ଟା ଏବଂ ୧୦ ତାରିଖ ଚିତ୍ରାଙ୍କନ ଥିଓରୀ ସକାଳ ୮ଟାରୁ ୯ଟା ଯାଏ ଅନୁଷ୍ଠିତ ହେବ । ପରୀକ୍ଷାଗୁଡ଼ିକ ଦିନ ୧୧ଟା ୩୦ରୁ ଆରମ୍ଭ ହେବ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ଥଣ୍ଡା ପାଣି, ଓଆର୍‍ଏସ୍‍, ପ୍ରାଥମିକ ଚିକିତ୍ସା ସାଙ୍ଗକୁ ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ରର ନିୟନ୍ତ୍ରକଙ୍କୁ ନିର୍ଦେଶ ଦେବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ପରିଷଦ ପକ୍ଷରୁ ଅବଗତ କରାଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories