www.samajalive.in
Saturday, December 6, 2025
15.1 C
Bhubaneswar

ଲରେନ୍ସ ଟାର୍ଗେଟରେ ସଲମାନ୍‌‌; ଜାଣନ୍ତୁ ହିଟ୍‌‌ ଲିଷ୍ଟରେ ଆଉ କିଏ କିଏ

ସମାଜ ଡିଜିଟାଲ ଡେସ୍କ: ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ନେଇ ବଡ ଖବର ଏବେ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଆଧାରରେ ଲରେନ୍ସ ବିଷ୍ଣୋଇ ଏନଆଇଏ ସାମ୍ନାରେ ବଡ ଖୁଲାସା କରିଛି। ବିଷ୍ଣୋଇର ଟାର୍ଗେଟରେ ସବୁଠୁ ହିଟ୍‌‌ ଲିଷ୍ଟରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ୍‌‌ ଖାନ୍‌‌। ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଲରେନ୍ସ। ଯେକୌଣସି ପରିସ୍ଥିତିରେ ବି ସେ ସଲମାନ ଖାନକୁ ହତ୍ୟା କରିବ ବୋଲି କହିଛି। ସଲମାନଙ୍କ ସହ ମୋଟ ୯ଜଣଙ୍କୁ ହିଟ୍‌‌ ଲିଷ୍ଟରେ ରଖିଛି ଲରେନ୍ସ। ସେମାନେ ହେଲେ ସଗୁନପ୍ରୀତ ସିଂହ-ସିଦ୍ଧୁ ମୁସେୱାଲାଙ୍କ ମ୍ୟାନେଜର, ମନଦୀପ ଘାଲୀବାଲ-ବଂବୀହା ଗ୍ୟାଙ୍ଗର ମୁଖ୍ୟ, କୌଶଲ ଚୌଧୁରୀ-ଗ୍ୟାଙ୍ଗଷ୍ଟାର, ଅମିତ ଡାଗର-ଗ୍ୟାଙ୍ଗଷ୍ଟାର, ଲକୀ ପଟ୍ଟିୱାଲା- ବଂବୀହା ଗ୍ୟାଙ୍ଗର ମୁଖ୍ୟ
ରମ୍ମି ମସାନା ଓ ଗୁରପ୍ରୀତ ରେଖାଁ।
ଜେଲରେ ଥିବା ୩୧ବର୍ଷୀୟ ଲରେନ୍ସ ବିଷ୍ଣୋଇ ନିଜ ଗ୍ୟାଙ୍ଗରେ ପାଖାପାଖି ୭୦୦ଶହ ସହଯୋଗୀଙ୍କୁ ରଖିଥିବା କୁହାଯାଉଛି। ଅଭିନେତା ସଲମାନ ଖାନ ଯେତେବେଳେ ହରିଣ ଶିକାର କରିଥିଲେ ସେତେବେଳେ ଲରେନ୍ସ ମାତ୍ର ୫ବର୍ଷର ହୋଇଥିଲା। ୧୯୯୮ ମସିହା ରାଜସ୍ଥାନରେ ଫିଲ୍ମ ‘ହାମ୍‌‌ ସାଥ୍‌‌ ସାଥ୍‌‌ ହେ’ର ସୁଟିଂ ସମୟରେ ହରିଣ ଶିକାର କରିଥିଲେ ସଲମାନ। ଏହି ମାମଲାରେ ବିଷ୍ଣୋଇ ସମାଜ ବହୁତ କ୍ଷୋଭ ପ୍ରକାଶ କରିଥିଲେ। ମାମଲାକୁ ୨୬ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଲରେନ୍ସ ସଲମାନଙ୍କ ଉପରେ ରାଗ ସୁଜାଇବାକୁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories