www.samajalive.in
Wednesday, December 10, 2025
23.1 C
Bhubaneswar

ବଜାରକୁ ଆସିଲା ଇଲେକ୍‌ଟ୍ରିକ୍‌ ସ୍କୁଟର ‘ଇଭି’

ଭୁବନେଶ୍ୱର : ବଜାରକୁ ଆସିଛି ନୂଆ ଇଲେକ୍‌ଟ୍ରିକ୍‌ ସ୍କୁଟର ‘ଇଭି’। ଭାରତ ଏଣ୍ଟର ପ୍ରାଇଜେସ୍‌ର ସହଯୋଗୀ ସଂସ୍ଥା ଓମ୍‌ ଜୟ ଇଭି ଲିମିଟେହ୍‌ ପକ୍ଷରୁ ଏହି ସ୍କୁଟରର ନିର୍ମାଣ କରାଯାଇଛି। ତେବେ ଯାଜପୁର ଜିଲା ବଡଚଣାଠାରେ ଏହି ସ୍କୁଟରର ନିର୍ମାଣ କରାଯିବ। ବର୍ତ୍ତମାନ ଏହି ସ୍କୁଟର ମଞ୍ଚେଶ୍ବରଠାରେ ଆସେମ୍ଲି କରାଯାଉଛି। ଲୁକ୍‌ରୁ ବେଶ ଆକର୍ଷଣୀୟ ଆଉ ଟ୍ରେଣ୍ଡି ଲାଗୁଥିବା ଏହି ସ୍କୁଟର ଯୁବିପଢିଙ୍କୁ ବେଶ ସୁଟ୍‌ କରିବ। ୪ଟି ମଡେଲରେ ଆସୁଥିବା ‘ଇଭି’ର ବଜାର ମୂଲ୍ୟ ପାଖପାଖି ୬୦,୦୦୦ ଟଙ୍କା ରହିପାରେ ବୋଲି ‘ଇଭି’ ଇଣ୍ଡିଆର ନିର୍ଦେଶକ ହର୍ଷବର୍ଦ୍ଧନ୍‌ ଦିଦ୍‌ୱାନିଆ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଯେ, ଏହି ସ୍କୁଟର ନିର୍ମାଣ ଲାଗି କମ୍ପାନୀ ବଡଚଣାଠରେ ୧୦ ଏକର ଜମି ନେଇଛି। ସେଠାରେ ୧ ଲକ୍ଷ ବର୍ଗଫୁଟ ପରିମିତ ଅଞ୍ଚଳରେ ଉତ୍ପାଦନ ୟୁନିଟ୍‌ ରହିବ। ଏହି ପ୍ଲାଣ୍ଟରେ ୪୫୦ ଜଣ କର୍ମଚାରୀ ରହିବେ। ଏହି ଗାଡି​​‌ରେ ଲିଥିୟମ୍‌ ଏବଂ ସୀସା ବ୍ୟାଟେରୀର ବିକଳ୍ପ ରହିଛି। ଆସନ୍ତା ଗଣେଷ ପୂଜା ବେଳକୁ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୨.୫ ଲକ୍ଷ ରହିବ। ନୂଆ ପ୍ଲାଣ୍ଟରେ କମ୍ପାନୀ ଆସନ୍ତା ୨ବର୍ଷରେ ୨୦୦ ​କୋଟି ଟଙ୍କା ନିବେଶ କରିବା ଚଳିତବର୍ଷ ଶେଷ ସୁଦ୍ଧା କମ୍ପାନୀ ‘ଇଭି’ ରୁ ୨୦,୦୦୦ ୟୁନିଟ୍‌ ବିକ୍ରି ଲକ୍ଷ୍ୟ ରଖିଛି। କମ୍ପାନୀ ୨୫୦ ଡିଲର ନିଯୁକ୍ତ କରିବାକୁ ଯାଉଥିବା ଶ୍ରୀ ଦିଦ୍‌ୱାନିଆ କହିଛନ୍ତି। ଏହି ଅବସରରେ ଜୟ ପ୍ରକାଶ ଦିଦ୍‌ୱାନିଆ ଉପସ୍ଥିତ ଥିଲେ।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories