ଗୁମଳା: ଦେଶରେ ଭିଡ଼ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ପ୍ରତିଦିନ ଦେଶର କୌଣସି ନା କୌଣସି ସ୍ଥାନରେ ଭିଡ଼ ହିଂସା ଘଟୁଥିବା ସୂଚନା ମିଳୁଛି। ସେହିପରି ରବିବାର ଝାଡଖଣ୍ଡରେ ଭିଡ଼ ହିଂସା ଘଟିଥିବା ଦେଖିବାକୁ ମିଳିଛି। ଡାହାଣୀ ସନ୍ଦେହରେ ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡର ଗୁମଳା ଜିଲାର ସିସଇ ଗୋଷ୍ଠୀ ଉନ୍ନୟନରୁ ୨୫ କିମି ଦୂରତାରେ ଥିବା ସିସକାରୀ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ରବିବାର ସକାଳ ପ୍ରାୟ ୩ଟାରୁ ୪ଟା ମଧ୍ୟରେ ୧୦ରୁ ୧୨ ଜଣ ଆକ୍ରମଣକାରୀ ଘରେ ପଶି ସେମାନଙ୍କୁ ବାହାରକୁ ଟାଣି ଆଣିଥିଲେ। ଗ୍ରାମଠାରୁ କିଛି ଦୂରକୁ ନେଇ ପ୍ରଥମେ ସେମାନଙ୍କୁ ମାଡ ମାରିଥିଲେ ଏବଂ ପରେ ଗଳା କାଟି ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୬୦ ବର୍ଷିୟ ବୃଦ୍ଧଙ୍କ ସମେତ ତାଙ୍କ ପତ୍ନୀ ଏବଂ ଗ୍ରାମର ଅନ୍ୟ ଦୁଇ ଜଣ ସାମିଲ ଅଛନ୍ତି। ଏସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Popular Categories



