ମୁମ୍ବଇ : ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ଦୁଇ ସପ୍ତାହ ହେଲା ବକ୍ସ ଅଫିସରେ ନିଜ ଯାଦୁ ବଜାୟ ରଖିଛି। ମୁକ୍ତିଲାଭର ମାତ୍ର ତିନି ଦିନରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଚଳଚ୍ଚିତ୍ର ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଅଭିମୁଖେ ଆଗେଇ ଚାଲିଛି। ଶନିବାର ଚଳଚ୍ଚିତ୍ରର ଆୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ଏହା ୪.୫୧ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୮.୫୩ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହିତ ଭାରତୀୟ ବଜାରରେ ଚଳଚ୍ଚିତ୍ରର ମୋଟ୍ ଆୟ ୮୮.୯୦ କୋଟିରେ ପହଞ୍ଚିଛି।
ସୂଚନାଯୋଗ୍ୟ, ‘ସୁପର ୩୦’ ପାଟନାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକାଶ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ବ୍ୟତୀତ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ ଓ ଅମିତ ସାଧ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
୧୦୦ କୋଟି କ୍ଲବ ଅଭିମୁଖେ ‘ସୁପର ୩୦’
Popular Categories



