www.samajalive.in
Wednesday, December 10, 2025
26.1 C
Bhubaneswar

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବଇ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବିସିସିଆଇ ରବିବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି। ଏହି ଗସ୍ତରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ।
ରବିବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡିୟମରେ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ୫ ସଦସ୍ୟ ବିଶିଷ୍ଟ ମନୋନୟନ କମିଟି ବୈଠକ ବସିଥିଲା। ଏହି ବୈଠକରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଉପସ୍ଥିତ ଥିଲେ। ଏହି ବୈଠକ ପରେ ଭାରତୀୟ ଦଳ ଘୋଷିତ ହୋଇଛି। ସମସ୍ତ ଫର୍ମାଟରେ ବିରାଟ କୋହଲି ଅଧିନାୟକ ରହିବେ। ଟି-୨୦ ଏବଂ ଦିନିକିଆରେ ଋଷଭ ପନ୍ତ ୱିକେଟରକ୍ଷଣ କରିବେ। ଟେଷ୍ଟରେ ଋଷଭ ପନ୍ତଙ୍କ ସହ ଦ୍ୱିତୀୟ ୱିକେଟ ରକ୍ଷକ ଭାବେ ଋଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିଛି। ପୂର୍ବତନ ଅଧିନାୟକ ତଥା ୱିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରି ଯିବା ପୂର୍ବକ ୨ ମାସ ପାଇଁ କ୍ରିକେଟରୁ ବରତି ନେଇଛନ୍ତି । 

ଟି-୨୦ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଋଷଭ ପନ୍ତ (ୱିକେଟ ରକ୍ଷକ), ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ୱିାଶିଂଟନ ସୁନ୍ଦର, ରାହୁଲ ଚାହର, ଖଲୀଲ ଅହମ୍ମଦ, ଭୁବନେଶ୍ୱର କୁମାର, ନବଦୀପ ସୈନୀ ଏବଂ ଦୀପକ ଚାହର ।

- Advertisement -

ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଋଷଭ ପନ୍ତ (ୱିକେଟ ରକ୍ଷକ), ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‍, କୁଲ୍‍ଦୀପ ଯାଦବ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ ଏବଂ ନବଦୀପ ସୈନୀ।

ଟେଷ୍ଟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଋଷଭ ପନ୍ତ (ୱିକେଟ ରକ୍ଷକ), ଶିଖର ଧାୱନ, କେଏଲ ରାହୁଲ, ଅଜଙ୍କ୍ୟା ରାହାଣେ (ଉପଅଧିନାୟକ), ଋଦ୍ଧିମାନ ଶାହା (ୱିକେଟ ରକ୍ଷକ), ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, ଆର ଅଶ୍ବିନ, କୁଲ୍‍ଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା ଏବଂ ଯଶ୍‍ପ୍ରୀତ ବୁମରା ।    

 

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories