www.samajalive.in
Saturday, December 6, 2025
14.1 C
Bhubaneswar

ଖାଇଛନ୍ତି କି ଲାଉ କୁଲ୍‍ଫି

ଆବଶ୍ୟକ ସାମଗ୍ରୀ
ଲାଉ – ୫୦୦ ରୁ ୬୦୦ ଗ୍ରାମ
ଘିଅ – ୧ ବଡ ଚାମଚ
ଗୁଜୁରାତି – ୧ଟି
କ୍ଷୀର – ୧ ଲିଟର
ମିଲ୍କ ମେଡ୍‍ – ୧କପ
କ୍ଷୀର ସର – ୪ ଚାମଚ
ବାଦାମ,ପିସ୍ତା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲାଉ ଚୋପା ଛଡାଇ ଏହାକୁ କୋରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଏଥିରେ ଗୁଜୁରାତି ଓ ଲାଉ ପକାଇ ଭାଜି ଦିଅନ୍ତୁ। କିଛି ସମୟ ପରେ ଏଥିରେ କ୍ଷୀର ପକାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଆଞ୍ଚ ଧିମା କରି ଦିଅନ୍ତୁ। ଏବେ ଏଥିରେ ମିଲ୍କମେଡ୍‍, ସର ପକାଇ ପୁଣି ଗୋଳାନ୍ତୁ। ଶେଷରେ ବାଦାମ,ପେସ୍ତା ବାଦାମ ପକାଇ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହାକୁ ଭଲ ଭାବେ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଏକ କୁଲଫି ଛାଞ୍ଚରେ ରଖି ଫ୍ରିଜ ଭିତରେ ରଖନ୍ତୁ। ୪ ରୁ ୫ ଘଣ୍ଟା ପରେ ଏହାକୁ କାଢି ଖାଆନ୍ତୁ ଓ କୁଲଫି ମଜା ନିଅନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories