www.samajalive.in
Saturday, December 6, 2025
19.1 C
Bhubaneswar

ଖୁବଶୀଘ୍ର ଖୁସିଖବର ଦେବେ ଦୀପ୍‌ବୀର୍‌ !

ମୁମ୍ବଇ: ବଲିଉଡର ବାଜିରାଓ ମସ୍ତାନୀ ଦୀପିକା ପାଦୁକୋନ୍‌‌ ଏବଂ ରଣବୀର ସିଂହ। ଦୁହିଁଙ୍କୁ ବଲିଉଡର ଏକ ପାୱାରଫୁଲ କପଲ ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ ଏହି ଯୋଡିଙ୍କୁ ଖୁବ୍‌‌ ପସନ୍ଦ ମଧ୍ୟ କରନ୍ତି। ୨୦୧୮ ନଭେମ୍ବର ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାରି ମଧ୍ୟରେ ଏମାନଙ୍କ ବିବାହକୁ ୫ବର୍ଷ ବିତିସାରିଛି। ବର୍ତ୍ତମାନ ପ୍ରଶଂସକମାନେ ଉଭୟଙ୍କଠାରୁ ଖୁସି ଖବର ଶୁଣିବାକୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଦୀପିକା ଏକ ସାକ୍ଷାତକାରରେ କହିଛନ୍ତି, ରଣବୀରଙ୍କୁ ଏବଂ ମୋତେ ଛୋଟ ଛୁଆ ଖୁବ୍‌‌ ଭଲ ଲାଗନ୍ତି। ଆମେ ସେହି ଦିନକୁ ଅପେକ୍ଷା କରିଛୁ , ଯେଉଁଦିନ ଆମେ ମଧ୍ୟ ପରିବାର ଆରମ୍ଭ କରିବୁ। ଆହୁରି ମଧ୍ୟ ସେ କହିଛନ୍ତି, ମୁଁ ଯେତେବେଳେ ମୋର ବନ୍ଧୁ ପରିଜନଙ୍କୁ ଭେଟେ, ସେତେବେଳେ ସେମାନେ ମୋତେ ସର୍ବଦା ଏକଥା କୁହନ୍ତି ଯେ, ମୁଁ ଟିକିଏ ବି ପରିବର୍ତ୍ତନ ହୋଇନାହିଁ। ଘରେ ମୋ ପରିବାର ଲୋକ କେବେ ହେଲେ ମୋତେ ଏକ ସେଲିବ୍ରିଟି ଭଳି ବ୍ୟବହାର କରନ୍ତିନାହିଁ। ସର୍ବପ୍ରଥମେ ମୁଁ ଗୋଟିଏ ଝିଅ ଏବଂ ଭଉଣୀ। ରଣବୀର ଏବଂ ମୁଁ ମଧ୍ୟ ଆମ ପିଲାମାନଙ୍କୁ ସମାନ ଶିକ୍ଷା ଦେବୁ।

ଅଦାଲତରେ ଶୁଣାଣି ବେଳେ ବିଚାରପତିଙ୍କୁ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ; ଭିଡିଓ ଭାଇରାଲ୍‌

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories