www.samajalive.in
Tuesday, December 9, 2025
16.1 C
Bhubaneswar

ଲତା ମଙ୍ଗେସକରଙ୍କ ଘର ସିଲ୍‍

ମୁମ୍ବଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଘରକୁ ସିଲ୍‍ କରିଛି ବିଏମ୍‍ସି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଲତା ମଙ୍ଗେସକରଙ୍କ ଘରକୁ ସିଲ୍‍ କରାଯାଇଛି। ୯୦ ବର୍ଷୀୟା ଲତା ମଙ୍ଗେସକର ଦକ୍ଷିଣ ମୁମ୍ବଇର ପେଡର ରୋଡରେ ଥିବା ‘ପ୍ରଭୁକୁଞ୍ଜ’ ବିଲ୍‌ଡିଂରେ ବସବାସ କରୁଥିଲେ। ତେବେ ଏହି କୋଠାକୁ ସିଲ୍‌ କରିବାର କାରଣ ହେଉଛି, ଅଧିକାଂଶ ବରିଷ୍ଠ ନାଗରିକ ଏଠାରେ ବସବାସ କରୁଛନ୍ତି।

ଲତାଙ୍କ ପରିବାରବର୍ଗ ସ୍ପଷ୍ଟ ଭାବେ ଲୋକଙ୍କୁ ଜଣାଇ ଦେଇଛନ୍ତି କି, ପରିବାରର ସମସ୍ତ ସଦସ୍ୟ ସୁସ୍ଥ ଅଛନ୍ତି। କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଆମେ ସମସ୍ତେ ନିଜ ଯତ୍ନ ନେବା ସହ ସାବଧାନତା ଅବଲମ୍ବନ କରୁଛୁ। ବିଶେଷକରି ବରିଷ୍ଠ ନାଗରିକ ଏବଂ ଅନ୍ୟ ସଦସ୍ୟମାନଙ୍କର କଲ୍ୟାଣ ଏବଂ ନିରାପତ୍ତା ପାଇଁ ନିଜନିଜ ଭିତରେ ସହଯୋଗ ରଖିଛୁ।

- Advertisement -

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଖୁବ୍‍ ଗମ୍ଭୀର। କରୋନା‌ ବୟସ୍କ ଓ ପିଲାମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଥିବାରୁ ଏବେ ମହାରାଷ୍ଟ୍ରର ଯେଉଁ ଅଞ୍ଚଳରେ ଅଧିକାଂଶ ବରିଷ୍ଠ ନାଗରିକ ବସବାସ କରୁଛନ୍ତି ସେହି ଅଞ୍ଚଳକୁ ସିଲ୍‌ କରି ଦିଆଯାଉଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories