BJD Bijuli 480×75 Mob

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନଲାଇନ ଆବେଦନ ସମୟସୀମା ବୃଦ୍ଧି

BJD Bijuli 480×75 Mob

ସମାଜ ପୋର୍ଟାଲ ଡେସ୍କ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଅନଲାଇନ ଆବେଦନର ସମୟସୀମା ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦେଶରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ରିସର୍ଚ୍ଚ ପ୍ରୋଗ୍ରାମରେ ଆଡମିଶନ ପାଇଁ ସେଣ୍ଟ୍ରାଲ ୟୁନିଭର୍ସିଟିଜ କମନ ଏଣ୍ଟ୍ରାନ୍ସ ଟେଷ୍ଟ ମାଧ୍ୟମରେ କରାଯାଇଥାଏ।

ସାରା ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଲକ୍ ଡାଉନ୍ ପରିସ୍ଥିତି ଯୋଗୁ ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ଏପ୍ରିଲ୍ ୧୧ରୁ ଏପ୍ରିଲ୍ ୨୫କୁ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ବିନା ବିଳମ୍ବ ଶୁଳ୍କରେ ଏପ୍ରିଲ୍ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଜଣାଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଓଡିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୩୦ଟି ପ୍ରୋଗ୍ରାମ୍ ପାଇଁ ଆବେଦନ ଆମନ୍ତ୍ରଣ କରିଛନ୍ତି। ଆବେଦନ ପାଇଁ ସବିଶେଷ ବିବରଣୀ www.cuo.ac.in ଏବଂ www.cucetexam.in ୱେବସାଇଟରେ ଉପଲବ୍ଧ।

Comments are closed.