www.samajalive.in
Saturday, December 6, 2025
23.1 C
Bhubaneswar

ଏସିଆର ସବୁଠୁ ବଡ଼ ସୌର ବିଦ୍ୟୁତ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୋପାଳ: ଏସିଆର ସବୁଠୁ ବଡ଼ ସୋଲାର ପାୱାର ପ୍ଲାଣ୍ଟ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶର ରେୱାଠାରେ ଏହି ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୭୫୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ରେୱା ପ୍ରକୃତରେ ଇତିହାସ ସୃଷ୍ଟି କରିଛି। ମା’ ନର୍ମଦା ଏବଂ ଧଳା ବାଘ ପାଇଁ ପରିଚିତ ରେୱା ଆଜି ଏସିଆର ସବୁଠୁ ବଡ଼ ସୋଲାର ପାୱାର ପ୍ଲାଣ୍ଟ ପାଇଁ ନୂଆ ପରିଚୟ ହାସଲ କରିଛି। ରେୱା ସୋଲାର ପ୍ଲାଣ୍ଟ ଚଳିତ ଦଶନ୍ଧିରେ ସମଗ୍ର ଅଞ୍ଚଳକୁ ଏକ ବଡ଼ ଶକ୍ତି କେନ୍ଦ୍ର ଭାବେ ପରିଣତ କରିବାରେ ସହଯୋଗ କରିବ। ଏହାଦ୍ବାରା ମଧ୍ୟପ୍ରଦେଶର ଲୋକଙ୍କୁ, ଏଠାକାର ଉଦ୍ୟୋଗଗୁଡ଼ିକୁ ବିଦ୍ୟୁତ ସୁବିଧା ମିଳିବା ସହିତ ଦିଲ୍ଲୀରେ ମେଟ୍ରୋ ଟ୍ରେନ ଚଳାଚଳ ପର୍ଯ୍ୟନ୍ତ ଲାଭ ମିଳିବ। ଭାରତ ଯେପରି ବିକାଶର ନୂଆ ଶିଖର ଆଡକୁ ଅଗ୍ରସର ହେଉଛି, ଆମର ଆଶା ଓ ଆକାଙ୍‌କ୍ଷା ବଢ଼ୁଛି, ସେହିପରି ଆମ ପାଇଁ ଶକ୍ତି ଓ ବିଦ୍ୟୁତ୍‌ର ଆବଶ୍ୟକତା ବି ବୃଦ୍ଧି ପାଉଛି। ଆତ୍ମନିର୍ଭର ଭାରତ ପାଇଁ ବିଦ୍ୟୁତ କ୍ଷେତ୍ରରେ ଆତ୍ମନିର୍ଭରତା ବହୁତ ଆବଶ୍ୟକ।

- Advertisement -

ସୂଚନାଯୋଗ୍ୟ, ୧୫୦୦ ହେକ୍ଟର ଅଞ୍ଚଳରେ ଏହି ସୋଲାର ପ୍ଲାଣ୍ଟ ନିର୍ମାଣ କରାଯାଇଛି। ୫୦୦ ହେକ୍ଟର ଲେଖାଏ ଅଞ୍ଚଳରେ ୩ଟି ୟୁନିଟ୍‌ରେ ପ୍ଲାଣ୍ଟ ବିଭକ୍ତ ହୋଇଥିବାବେଳେ ପ୍ରତି ୟୁନିଟ୍‌ରୁ ୨୫୦ ମେଗାୱାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ଏହା ଦ୍ବାରା ପ୍ରତିବର୍ଷ ୧୫ ଲକ୍ଷ ଟନ୍‌ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories