www.samajalive.in
Saturday, December 6, 2025
26.1 C
Bhubaneswar

ଅନଲାଇନରେ ଅର୍ଡ଼ର କରିଥିଲେ ସୁନା ଇଟା ; ବାହାରିଲା ପିତଳ

ବହୁ ସମୟରେ ଲୋକେ ଅନଲାଇନରେ ବିଭିନ୍ନ ଜିନିଷ ଅର୍ଡ଼ର କରିଥାଆନ୍ତି। ମାତ୍ର କିଛି ସମୟରେ ଏପରି ଦେଖାଯାଏ, ଲୋକେ ଯେଉଁ ଜିନିଷ ଅର୍ଡ଼ର କରନ୍ତି, ତାହା ଆସିନଥାଏ। କେତେକ ସମୟରେ ଲୋକେ ଠକାମିର ମଧ୍ୟ ଶିକାର ହୋଇଥାଆନ୍ତି।ଆଜ୍ଞା ହଁ , ଏପରି ଏକ ଘଟଣା ଉତରପ୍ରଦେଶର ମଧୁରା ଜନପଦ ଶେରଗଡ଼ରେ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କିଛି ଲୋକେ ଅନଲାଇନରେ ସୁନାର ଇଟା ( ବିସ୍କୁଟ) ଅର୍ଡ଼ର କରିଥିଲେ। ମାତ୍ର ଅର୍ଡ଼ର ଆସିବାରୁ ତାହାକୁ ଖୋଲିବା ପରେ ଲୋକଙ୍କ ହୋସ ଉଡ଼ିଯାଇଥିଲା। ସୁନାର ଇଟା ବଦଳରେ ସେଥିରୁ ପିତଳର ଇଟା ବାହାରିଥିଲା। ଏହାପରେ ଏହି ଘଟଣା ବିଷୟରେ ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଠକାମିର ମାମଲା ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା। ଶେରଗଡ଼ ପୁଲିସ ଠକାମିର କାମ କରୁଥିବା ତିନି ଜଣଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଉକ୍ତ ଅଭିଯୁକ୍ତମାନେ ଓଏଲଏକ୍ସ ବିଜ୍ଞାପନ କରି ଏହି କାମ କରୁଥିଲେ।
ଏହି ଅଭିଯୁକ୍ତଙ୍କ ନିକଟରୁ ନଗଦ ଆଠଲକ୍ଷ ଟଙ୍କା, ଆଧାର କାର୍ଡ଼, ଗୋଟିଏ ନକଲି ସୁନା ଇଟା, ୯ଟା ସିମ କାର୍ଡ଼, ଅନ୍ୟାନ୍ୟ କେତେକ ଜିନିଷ ମଧ୍ୟ ଜବତ ହୋଇଛି।
ଶେରଗଡ଼ ପୁଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଥୁରା ଜନପଦର ବାସିନ୍ଦା ଜଣାପଡ଼ିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories