www.samajalive.in
Saturday, December 6, 2025
26.1 C
Bhubaneswar

ଲାଞ୍ଜିଗଡ଼ରେ ମ୍ୟାଲେରିଆ ସ୍ଥିତି ଚିନ୍ତାଜନକ, ପରିସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡିଛି ସ୍ୱାସ୍ଥ୍ୟ ବିଭାଗ

ଲାଞ୍ଜିଗଡ : ଲଘୁଚାପଜନିତ ବର୍ଷା ଯୋଗୁଁ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ତେବେ ବର୍ଷା ବିତ୍ପାତ ନଥମୁଣୁ ଏବେ ବ୍ଲକର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଛି ମ୍ୟାଲେରିଆ ପ୍ରକୋପ। ବ୍ଲକର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ପ୍ରତିଦିନ ଜ୍ୱର, ଥଣ୍ଡା, ସର୍ଦ୍ଦି, କାଶ ରୋଗୀଙ୍କ ଲମ୍ବା ଧାଡି ଲାଗି ରହିଛି। ସେହିପରି ଭୁତାଣୁଜନିତ ଜ୍ୱର ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି।
ସେହିପରି ଏହିସବୁ ହସ୍ପିଟାଲ ଗୁଡିକରେ ଦିନକୁ ଦିନ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢିଯାଇଛି। ଗାଁ ଗାଁରେ ଆଶା, ଅଙ୍ଗନବାଡି, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ମ୍ୟାଲେରିଆ ରୋଗୀ ଚିହ୍ନଟ ଓ ଚିକିତ୍ସା ପାଇଁ ନିୟୋଜିତ ଥିବା ସତ୍ୱେ ବ୍ଲକ ଅଞ୍ଚଳରେ ମ୍ୟାଲେରିଆ ରୋଗୀ ସଂଖ୍ୟା ହ୍ରାସ ପାଉନାହିଁ। ଆଜି ବି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନକୁ ୧୫ରୁ ୨୦ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିବାବେଳେ ଲାଞ୍ଜିଗଡରେ ୮ରୁ ୧୦ ଜଣ, ଲାଞ୍ଜିଗଡ ରୋଡ଼ରେ ୫ରୁ ୬ ଜଣ ରୋଗୀଙ୍କ ଦେହରେ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି। ତେବେ ଦୃତଗତିରେ ବଢୁଥିବା ମ୍ୟାଲେରିଆ ପ୍ରକୋପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ସତର୍କ ଓ ସଚେତନ ରହିଛି ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର ସମେତ ଆଶା, ଅଙ୍ଗନୱାଡ଼ି କର୍ମୀ ମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ଭବାନୀଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories