www.samajalive.in
Saturday, December 6, 2025
15.1 C
Bhubaneswar

ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା

ଲାଞ୍ଜିଗଡ : ଧାନ ମଣ୍ଡିରେ ଅବ୍ୟବସ୍ଥା, ମଦର ବହୁଳ ପ୍ରସାର ରୋକିବାକୁ ଗୁରୁବାର ଦିନିକିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏହାର ପ୍ରଭାବରେ ସାରା ଜିଲ୍ଲା ପ୍ରଭାବିତ ହୋଇଛି। ବିଜେପିର ବନ୍ଦ ଡାକରାର ପ୍ରଭାବ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁରଠାରେ ବେଶ୍ ଦେଖିବାକୁ ମିଳିଥିବା ବେଳେ ଲାଞ୍ଜିଗଡଠାରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଶୁକ୍ରୁ ମାଝୀ, ଅନନ୍ତ ପ୍ରଧାନୀ, ତୁଳସୀ ମାଝୀ, ସଞ୍ଜୟ ସାହୁ, ନରେନ୍ଦ୍ର ବେହେରାଙ୍କ ଦଳୀୟ କର୍ମୀମାନେ ସମବେତ ହୋଇ ବିଶ୍ୱନାଥପୁରଠାରେ ପିକେଟିଂ କରିବା ସହିତ ଦୋକାନ ବଜାର ବନ୍ଦ କରାଇ ଦେଇଥିଲେ। ଏଥି ଯୋଗୁଁ ବିଶ୍ୱନାଥପୁର ଓ ଲାଞ୍ଜିଗଡରେ ଦୋକାନ ବଜାର ସମେତ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ସେହିପରି ଚମ୍ପାଦେଇପୁରଠାରେ ରାସ୍ତା ଅବରୋଧ କରି ରଖିବାରୁ ଦୀର୍ଘ ସମୟ ଯାଏଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories