www.samajalive.in
Saturday, December 6, 2025
26.1 C
Bhubaneswar

ଅମିରଙ୍କ ଝିଅ ଆୟରାଙ୍କ ବିବାହରେ ପହଞ୍ଚିଲେ ଅମ୍ବାନୀ ପରିବାର; ପାଛୋଟି ନେଲେ ବଧୂପକ୍ଷ

ମୁମ୍ବଇ: ଅମିର ଖାଙ୍କ ଝିଅ ଆୟରା ଖାନ ଓ ନୁପୁର ଶିଖରେ ସାତ ଜନ୍ମର ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି। ବୁଧବାର ଉଭୟଙ୍କ ବିବାହ ହୋଇଛି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ମୁମ୍ବଇର ତାଜ୍‌ ଏଣ୍ଡ୍ସରେ ରେଜିଷ୍ଟର ମ୍ୟାରେଜ୍‌ କରିଛନ୍ତି। ଏହି ସମୟ ଅନେକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ଖୁସିର ଏହି ଉତ୍ସବରେ ଅମ୍ବାନୀ ପରିବାର ମଧ୍ୟ ସାମିଲ ହୋଇଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅମିର ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ତାଙ୍କ ଭିଭିଆଇପି ଅତିଥି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କୁ ଆଲିଙ୍ଗନ କରି ସ୍ବାଗତ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଶେରୱାନି ଓ ଧୋତି ସହ ମୁଣ୍ଡରେ ପଗଡ଼ି ପିନ୍ଧିଥିବା ଅମିରଙ୍କ ଲୁକ୍‌ ବେଶ୍‌ ଆକର୍ଷଣୀୟ ଥିଲା। ସେହିିପରି ସୁନେଲି ରଙ୍ଗର ଶାଢି ଓ ସବୁଜ ରଙ୍ଗର ଡିଜାଇନର ବ୍ଲାଉଜରେ କିରଣ ରାଓ ମଧ୍ୟ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସୂଚନ ଅନୁସାରେ, କୋର୍ଟ ମ୍ୟାରେଜ୍‌ ପ​‌ରେ ଏହି ଦମ୍ପତି ଜାନୁଆରୀ ୮ରେ ଉଦୟପୁରରେ ଏକ ଭବ୍ୟ ଉତ୍ସବରେ ବିବାହ କରିବେ।

 

View this post on Instagram

 

A post shared by Manav Manglani (@manav.manglani)

- Advertisement -


ସୂଚନାଯୋଗ୍ୟ, ନୁପୁର ଜିମ୍‌ ପୋଷାକ ପିନ୍ଧି ବରଯାତ୍ରୀ ଧରି ଆସିଥିଲେ। ନିଜ ବନ୍ଧୁମାନଙ୍କ ସହ ୮ କିମି ଦୌଡ଼ି ଦୌଡ଼ି ଆସି ନୁପୁର ଆୟରାଙ୍କୁ ବିବାହ କରିବାକୁ ପହଞ୍ଚିଥିଲେ। ଏହି ସମୟର ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥି​‌ରେ ବର ​‌ବାଜାର ତାଳରେ ନାଚୁଥିବା ଦେଖିବାକୁ ମିଳିଛି।

ଅପରପକ୍ଷେ, ଆୟରା ଖାନ ନିଜ ବାହାଘର ପାଇଁ ଷ୍ଟାଇଲିସ୍‌ ଲୁକ୍‌ ବାଛିଥିଲେ। ସେ ମହାରାଷ୍ଟ୍ର ଲୁକ୍‌କୁ ଅନୁସରଣ କରି ଗାଢ ବାଇଗଣୀ ବ୍ଲାଉଜ ସହ ସୁନେଲୀ ରଙ୍ଗର ଶାଲୱାର ପିନ୍ଧିଥିଲେ ଏବଂ ଏହାସହ ଦୁଇଟି ଦୁପଟ୍ଟା ପେୟାର କରିଥିଲେ। ଗହଣା ଓ କୋହ୍ଲାପୁରୀ ଚପଲ ସହ ଆୟର ନିଜ ଲୁକ୍‌ ସମ୍ପୂର୍ଣ୍ଣ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories