www.samajalive.in
Saturday, December 13, 2025
23.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ବ୍ଲକ ପ୍ରଶାସନର ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ବିଜେପୁର ପଞ୍ଚାୟତଠାରେ ସୋମବାର ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପୁର ସରପଞ୍ଚ ଜନନୀ ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଲାଞ୍ଜିଗଡ଼ ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଏବିଡ଼ିଓ ବିଭୁତି ଭୂଷଣ ଶତପଥି, ଲାଞ୍ଜିଗଡ଼ ପ୍ରାଣୀ ବିଭାଗର ଭିଏସ ଜ୍ୟୋତ୍ସ୍ନାରାଣୀ ସିଂ, ଯୋଗାଣ ବିଭାଗର ଡିଇଓ ଲକ୍ଷଣ ନାଏକଙ୍କ ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଶିବିରରେ ବ୍ଲକସ୍ତରୀୟ ଅଧିକାରୀମାନେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଶିବିରରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନାରେ ଘର ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ବନ ବିଭାଗ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଅନୁପସ୍ଥିତ ଥିବାରୁ ଲୋକେ ନିଜର ଅଭିଯୋଗ କରି ପାରିନଥିଲେ।ଏହି ଶିବିରରେ ବିଜେପୁର ପଞ୍ଚାୟତ ଅଞ୍ଚଳର ୨୭ ଗୋଟି ଗ୍ରାମର ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ୨୭୨ ଜଣ ଅଭିଯୋଗ କରିଥିଲେ। ଏଥିରେ ଲୋକଙ୍କ ମୁଖ୍ୟ ଅଭିଯୋଗ ଥିଲା ବାସଗୃହ। ବିଜେପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ। ଏଥିରେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି, ଯୋଗାଣ ସହାୟକ ଦୁର୍ଗା ପ୍ରସାଦ ମାଝୀ, ଏନଆରଜିଏ ପକ୍ଷରୁ ଭୁଜନ ହାତୀ, ଟିକା ମାଝୀ, ଇନ୍ଦ୍ର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories