www.samajalive.in
Sunday, December 14, 2025
26.1 C
Bhubaneswar

ସ୍ବାଧୀନତା ସଂଗ୍ରାମରେ ଯାଦବଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ନବରଙ୍ଗପୁର: ନବରଙ୍ଗପୁର ଠାରେ ଜିଲା ଯାଦବ ମହାସଭା ତରଫରୁ ପ୍ରଥମଥର ପାଇଁ ବିରାଟ ‘ଅଧିକାର ସମାବେଶ’ କରାଯାଇଛି। ସ୍ଥାନୀୟ ଚାଉଁରିଆଗୁଡା ଛକ ନିକଟରୁ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସର୍କିଟ ହାଉସ ନିକଟ ପଡିଆ ଠାରେ ପହଞ୍ଚି ଥିଲା। ଏଏହି କାର୍ଯ୍ୟକ୍ରମ ରେ ଜିଲା ଓ ଜିଲା ବାହାରୁ ୧୫ ହଜାର ରୁ ଉର୍ଦ୍ଧ ଜନ ସମାବେଶ ହୋଇଥିଲା। ସମାବେଶରେ ଯାଦବ ସମାଜ ପକ୍ଷରୁ ୧୨ ଗୋଟି ଦାବି ଉପସ୍ଥାପନ କରାଯାଇଥିଲା।  ସେଥି ମଧ୍ୟରୁ ତିନୋଟି ମୁଖ୍ୟ ଦାବି ମଧ୍ୟରେ ବଞ୍ଚିତ, ପୀଡିତ ଓ ଅବହେଳିତ ଯାଦବ ସମାଜକୁ ପୂର୍ବ ଭଳି ‘ଗିରିଜନ’ ମାନ୍ୟତା ଦିଆଯିବା, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା, ଗୋଚର ଜମିକୁ ସଂରକ୍ଷଣ ପ୍ରମୁଖ ଦାବି କରାଯାଇଥିଲା।

ଜିଲା ସଭାପତି ଜ୍ୟୋତି ରଞ୍ଜନ କଂସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଜଗଦିଶ ଯାଦବ ଯୋଗ ଦେଇ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯାଦବମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଦେଶରେ ଯାଦବ ମାନଙ୍କ ସଂଖ୍ୟା ୨୨ ପ୍ରତିଶତ ରହିଛି। ୧୯୩୧ ମସିହା ପରଠାରୁ ଜାତି ଭିତ୍ତିକ ଗଣନା କରାଯାଇନାହିଁ। ଏହି ଗଣନା କରାଗଲେ ଓବିସି ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା କେତେ ରହିଛି ତାହା ଜଣାପଡିବ। ବିକାଶ କ୍ଷେତ୍ରରେ ଯାହାର ଯେତେ ସଂଖ୍ୟା ତାହାର ସେତିକି ଭାଗ ରହିବା ଉଚିତ ।

- Advertisement -

ରାଜନୀତି, ଖଣି, ଶିକ୍ଷା, ଚାକିରୀ କ୍ଷେତ୍ରରେ ଯାଦବ ସମାଜର ଭାଗ ସମାନ ରହିବା ଆବଶ୍ୟକ। ଏବେ ଯାଦଵ ସମାଜ ନିଜର ଅଧିକାର ପାଇଁ ଆଖି ଖୋଲିଛି। ଆଉ ଶାନ୍ତିରେ ବସିବ ନାହିଁ ବୋଲି ଦୃଢ଼ ଭ।ବେ କହିଛନ୍ତି। ରାଜ୍ୟ ସରକାର ଯାଦବ ଙ୍କର ନ୍ୟାର୍ଯ୍ୟଦାବୀ ପୂରଣ କରିବାକୁ ଆହ୍ୱାନ କରିଥିଲେ। ଜିଲା ସଭାପତି ଜ୍ୟୋତିରଞ୍ଜନ କଂସ କହିଥିଲେ ଯେ ଗିରିଜନ ମାନ୍ୟତାରୁ ଉଚ୍ଛେଦ କରିଥିଲେ। ସରକାର ପୁଣି ଯାଦବ ମାନଙ୍କୁ ଗିରିଜନ ମାନ୍ୟତା ଦେଇ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ।

ଜିଲା ଯାଦବ ସମାଜ କାର୍ଯ୍ୟକାରୀ ସଭାପତି ଦେବଦାସ ମହାଙ୍କୁଡ କହିଛନ୍ତି ଯେ, ଯାଦବଙ୍କୁ ଗିରିଜନ ମାନ୍ୟତା ଦିଆଯାଉ। ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହି ପାଠପଢ଼ା ସୁବିଧା ସୁଯୋଗ ସରକାର ଯୋଗାନ୍ତୁ। ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଆଦି ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମହୌଷଧି ବାଗ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଦିଲ୍ଲୀର ଯାଦବ ମହାସଭା ସଭାପତି ନିତିନ ଯାଦବ, ନରେଶ ଯାଦବ, ହେମନ୍ତ ଯାଦବ, ବଲାଙ୍ଗିରର ମନୋଜ ଖାତି, କଳାହାଣ୍ଡିର ସଂକେତ ରତେ, କୋରାପୁଟର ମଦନ ମୋହନ ନାୟକ, ରାୟଗଡାର ନିତିନ ନାୟକ, ମାଲକାନଗିରିର ପରମେଶ୍ୱର ପାତ୍ର ସମେତ ଜିଲାର ୧୦ ଟି ବ୍ଲକ ଓ ୨ଟି ପୋୖରାଞ୍ଚଳର ସଭାପତି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ମନୋଜ ମହାଙ୍କୁଡ଼, ଦୈତାରି ମାଝୀ, ଦୁର୍ଲ୍ଲଭ କନ୍ଧ ଗୌଡ଼, ଜୟପୁରର ରାଜେନ୍ଦ୍ର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ତେବେ ଅବିଭକ୍ତ କୋରାପୁଟ ଜିଲାରେ ସଂଗଠନ କୁ ଅଧିକ ସୁଦୃଢ କରିବାକୁ ନିଷ୍ପତ୍ତି ନିଆଯାଇ ସବୁ ଜିଲା ରେ ଏଭଳି ସମାବେଶ କରାଯିବାକୁ ଘୋଷଣା କରାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories