ଲାଞ୍ଜିଗଡ଼ର ଲୋକ ପ୍ରିୟ କଳାକାର ଓମ୍ ପ୍ରକାଶ ମାଝୀ ପାଇବେ ଶ୍ରେଷ୍ଠ କଳାକାର ସମ୍ମାନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ବଣ ପାହାଡ଼ ଘେରା ଅଞ୍ଚଳ କମର୍ଡା ଗ୍ରାମର ପିତା ଶେଷ ମାଝୀ(୬୨) ସ୍ବର୍ଗତ ମାତା ସେବତୀ ମାଝୀଙ୍କ ପୁତ୍ର ଓମ୍ ପ୍ରକାଶ ମାଝୀ(୨୪) ଏବେ ବେଷ୍ଟ କଳାକାର ଆୱାର୍ଡ଼ ପାଇବେ ଲୋକପ୍ରିୟ କଳାକାର ଓମ୍ ପ୍ରକାଶ ମାଝୀ। ସେଜଣେ ଏପରି କଳାକାର ଯାହାକି ନଦେଖିଲେ ବିଶ୍ୱାସ ହେବନାହି। ଶ୍ରୀ ମାଝୀଙ୍କ ପାଟିରେ ରହିଛି ସ୍ୱତନ୍ତ୍ର ଯାଦୁ,ସେ ନିଜ ପାଟିରେ ଘୁମୁରା ବାଦ୍ୟବାଦନ କରିବା ସହ ରେଳଗାଡ଼ି ଚାଲିବା,ବୋଲେରୋ ଗାଡ଼ି ହଠାତ୍ ଅଟକାଇବା ଶବ୍ଦର ନକଲ ତଥା ଅନ୍ୟାନ୍ୟ ପଶୁପକ୍ଷୀ,ବୁଢ଼ା ବୁଢ଼ୀ,ଅଭିନେତା,ଅଭିନେତ୍ରୀ,ଲୋକବାଦ୍ୟ ଆଦି ଶବ୍ଦର ଅବିକଳ ନକଲ କରିପାରନ୍ତି।ଏବଂ ସମ୍ବଲପୁର ହୀରାଖଣ୍ଡ ଏବଂ ଭବାନୀପାଟଣା ଓ ବଲାଙ୍ଗୀର ଅଲ ଇଣ୍ଡିଆ ରେଡ଼ିଓ ଷ୍ଟେସନରେ ମଧ୍ୟ ଗୀତ ଗାଇବା ସହ ଅନେକ ମଞ୍ଚରେ ମଞ୍ଚ ପରିଚାଳନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

ସେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ଆର୍ଥିକ ଅଭାବ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ବହୁ କଷ୍ଟରେ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ପାରିଥିବା ବେଳେ ନବମ ଶ୍ରେଣୀରୁ ପାଠ ଛାଡ଼ି ଏବେ ସେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କୁଲି ମଜୁରୀ କରିବା ସହ ନିଜର ସ୍ୱଳ୍ପ ଜମିରେ ପନିପରିବା ଚାଷ କରି ପରିବାର ଭରଣ ପୋଷଣ କରୁଛନ୍ତି ଏବଂ ଶ୍ରୀ ମାଝୀ କହିବାନୁସାରେ ସେ ୨୦୧୭ ମସିହାରୁ ରୁ ଆରମ୍ଭ କରିଥିବାବେଳେ ଏବେ ସେ ନିଜ ଗାଁ,ଅଞ୍ଚଳରୁ ଆରମ୍ଭ କରି ନିଜ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ତାଙ୍କ କଳା ପ୍ରଦର୍ଶନ କରି ଲୋକପ୍ରିୟ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ବହୁ ସମ୍ମାନ ମଧ୍ୟ ପାଇ ପାରିଛନ୍ତି ଓମ୍ ପ୍ରକାଶ। ଓମ୍ ପ୍ରକାଶ କହିବା ଅନୁସାରେ ତାଙ୍କୁ ଆସନ୍ତା ୨୭ ନଭେମ୍ବର ୨୦୨୨ ରେ ରାଜଧାନୀ ଦିଲ୍ଲୀରେ ବେଷ୍ଟ କଳାକାର ଆୱାର୍ଡ ମିଳିବା ସହ ତାଙ୍କର ପ୍ରତିଭା ଦେଖାଇବେ ଦର୍ଶକଙ୍କୁ।ସେହିପରି ଏବେ ସେ ବେଷ୍ଟ କଳାକାର ଆୱାର୍ଡ଼ ପାଇବା ନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି ଓ ଅଞ୍ଚଳରେ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ତେବେ ନିଜ ଭିତରେ ଅନେକ କଳା ଭରିରହିଥିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁଁ ସେ ଆଗକୁ ବଢ଼ି ପାରୁନ ଥିବା କହିଛନ୍ତି ଓମ୍ ପ୍ରକାଶ। ତେଣୁ ସରକାରଙ୍କ କୌଣସି ସାହାଯ୍ୟ ସହଯୋଗ ଏବଂ ସହାୟତାର ହାତ ଯଦି ବଢାଇବେ ତାହାହେଲେ ସେ ନିଶ୍ଚେ ଏକ ନିଜର କଳା ପ୍ରଦର୍ଶନ କରି ଆଗକୁ ଆହୁରି କିଛି କରି ପାରନ୍ତେ ବୋଲି ସେ ଓ ତାଙ୍କ ପରିବାର ଏବଂ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

Comments are closed.