www.samajalive.in
Saturday, December 6, 2025
26.1 C
Bhubaneswar

ଲୋକ ଵିଶ୍ଵାସର ପ୍ରତୀକ ଵିଷମୂଳ ବୁଢ଼ାରାଜାଙ୍କ ବାର୍ଷିକ ଯାତ୍ରା ଆରମ୍ଭ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସୀମାନ୍ତ ପାହାଡ଼ପଦର ପଞ୍ଚାୟତ ସ୍ଥିତ ସାଡିଙ୍ଗ୍ ଗୁମ୍ଫା ଠାରେ ଵିଷମୂଳ ବୁଢ଼ାରାଜାଙ୍କ ବାର୍ଷିକ ପର୍ବ ଗୁରୁବାର ଆରମ୍ଭ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଥିବା ବେଳେ ଏ ଥର କୋଭିଡ କଟକଣା ନ ଥିବାରୁ ମହାଆଡମ୍ବରରେ ପୂଜାର୍ଚ୍ଚନା ହେଉଛି l ପ୍ରଥା ଅନୁଯାୟୀ ଚଳିତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଥୀ ଗୁରୁବାର ଦିନ ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନ ଧରି ସାଡିଙ୍ଗ୍ ଗୁମ୍ଫାରେ ବିଷମୁଲ ବୁଢାରାଜାଙ୍କ ଏହି ପର୍ବ ପାଳିତ ହୋଇ ଷଷ୍ଠୀ ଦିନ ଶେଷ ହୋଇଥାଏ।ତିନି ଦିନ ଧରି ହୋଇଥିବା ଏହି ଯାତ୍ରାରେ ଆଜି ପ୍ରଥମ ଦିନରେ ୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମର ଝିଅମାନେ କଳସରେ ନିକଟସ୍ଥ ନଦୀରୁ ପାଣି ଧରି ପାହାଡ଼ ପଦର ପଞ୍ଚାୟତ ପରିକ୍ରମା କରି ଵିଷମୂଳ ବୁଢ଼ାରାଜାଙ୍କ ପୀଠକୁ ଆସିଥିଲେ।

ପରେ ପୀଠରେ ପୂଜକ ଲୋକନାଥ ମାଝୀ, ବୁଡୁ ନାଏକ ଓ ଜଗଦୀଶ ପୁଟାଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଶୁକ୍ଳ ଭୋଗ ଦିଆଯାଇଥିଲା। ଗୋଟିଏ ଲିଙ୍ଗରେ ନଡ଼ିଆ, କଦଳୀ, ଧୂପ ଓ ମୁଆଁ ଆଦି ଶୁକ୍ଳ ଭୋଗରେ ପୂଜା କରାଯାଇଥିଲା। ମାନସିକ ଧାରିମାନେ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ। ଏହି ଯାତ୍ରା ଚଳିତ ବର୍ଷ କୋଭିଡ଼ କଟକଣା ମୁକ୍ତ ଯୋଗୁଁ ଅନ୍ୟାନ୍ୟ ଜିଲ୍ଲାରୁ ଆସୁଥିବା ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ପୂଜାରେ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳର ୫ ଗୋଟି ପଞ୍ଚାୟତ ତଥା ପାହାଡ଼ ପଦର, ଲାଖବାହିଲି, ବିଜେପୁର, ମାଳିଯୁବାଙ୍ଗ ଓ ବେନଗାଁର ଭକ୍ତଙ୍କୁ ଦେଖିବାକୁ ମିଳିଥିଲା। ଏହି ପୂଜାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବ୍ଲକ ଅଧ୍ୟକ୍ଷ କମଳା ପାତ୍ର, ଜିଲ୍ଲାପରିଷଦ ପରୀକ୍ଷିତ ନାଏକ, ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ବିଧାୟକ ପ୍ରତିନିଧି ପ୍ରଦୀପ ଘଢ଼େଇ ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ବରିଷ୍ଠ ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ ବିଜେଡ଼ି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ ଏବଂ ଲାଞ୍ଜିଗଡ ବ୍ଲକର ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ବିଷମୁଲ ବୁଢ଼ାରାଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ତ୍ୱାବଧାନରେ ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ,ମାଳିଯୁବାଙ୍ଗ ସରପଞ୍ଚ ଲାଳକୃଷ୍ଣ ମାଝୀ, ପୂଜା କମିଟି ଉପ ସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ,କମିଟି ଉପଦେଷ୍ଟା ବୈଦ୍ୟନାଥ ନାଏକ, ଜଗଦୀଶ ପୁଟା, ମଧୁସୂଦନ ନାଏକ, ମାଧବ ନାଏକ, ଉଗ୍ରେସନ ବାଗ, ଲିଙ୍ଗରାଜ ଦୁର୍ଗା, ପରମେଶ୍ୱର ନାଏକ, ବନମାଳୀ ମାଝୀ, ସମେତ କମିଟିର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେl

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories