www.samajalive.in
Sunday, December 7, 2025
18.1 C
Bhubaneswar

ସ୍ୱଚ୍ଛ ଓ ସୁନ୍ଦର ଲାଞ୍ଜିଗଡ ସହର ପାଇଁ ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲାର ଐତିହାସିକ ଲାଞ୍ଜିଗଡ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଗଢି ତୋଳିବାକୁ ବେଦାନ୍ତ ଲିଃ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୦୦୩ ମସିହାରୁ ଲାଞ୍ଜିଗଡ ଠାରେ ବେଦାନ୍ତ ଲିଃ ସ୍ଥାପନ ହେବା ପରେ କମ୍ପାନୀର ସିଏସଆର ବିଭାଗ ଓ ବାହ୍ୟ ସଂପର୍କ ବିଭାଗ ଏବଂ ଲୋକସଂପର୍କ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଲାଞ୍ଜିଗଡ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରଥମ ଥର ପାଇଁ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ । ଆଜି ଏହି କ୍ରମରେ ବେଦାନ୍ତ କତ୍ତୃପକ୍ଷ ଏବଂ ଲାଞ୍ଜିଗଡର ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ମିଳିତ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ବେଦାନ୍ତ ଲିଃ ମୁଖ୍ୟ ପରିଚାଳନା ଅଧିକାରୀ ଗୋବିନ୍ଦ ଗୋପାଳ ପାଲ, ସିଏସଆର ମୁଖ୍ୟ ବିଭୁନ୍ଦେନ୍ଦୁ ପଣ୍ଡା,ଶ୍ରୀମୁଖ ଅଗସ୍ତ, ଭଗବାନ ହୋତା, ଶୁଭେନ୍ଦୁ ପଣ୍ଡା ଏବଂ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ବରିଷ୍ଠ ନାଗରିକ ଉଦୟ କୁମାର, ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂଦେଓ,କାମରାଜ ଦଳବେହେରା, ସୁବାଷ ମହାପାତ୍ର,ସତ୍ୟନାରାୟଣ ନାୟକ ଓ ଏମ୍‌.ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଭାଗ ନେଇଥିଲେ । ଏହି ଅବସରରେ ଲାଞ୍ଜିଗଡ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ କମ୍ପାନୀ କତ୍ତୃପକ୍ଷଙ୍କ ସହିତ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏହା ସହିତ ଆଗାମି ଦିନରେ ଲାଞ୍ଜିଗଡକୁ ସ୍ୱଚ୍ଛ,ସୁନ୍ଦର ଓ ବିକଶିତ ସହର ଭାବେ ପରିଗଣିତ କରିବାକୁ କମ୍ପାନୀ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories