ବେଦାନ୍ତ ତରଫରୁ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ

ଲାଞ୍ଜିଗଡ଼: ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିଃ ସିଏସଆର ବିଭାଗ ଓ ବେଦାନ୍ତ ହସ୍ପିଟାଲ ତଥା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆୟୋଜନରେ ଲାଞ୍ଜିଗଡ ବ୍ଲକ ଛତ୍ରପୁର ଠାରେ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବେଦାନ୍ତ ଲିଃ ସିଏସଆର ବିଭାଗର ଦିଲ୍ଲୀପ ପ୍ରଜାପତି, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଛତ୍ରପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅରବିନ୍ଦ ପଟ୍ଟନାୟକ, ସହକାରୀ ଶିକ୍ଷକ ବିଶ୍ୱଜିତ ସାହୁ, ରଶ୍ମୀରଞ୍ଜିତା ଜେନା, ଛତ୍ରପୁର ୟୁପିସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାକର ନାଏକ, ଶିକ୍ଷକ ଜଳନ୍ଦର ନିଅଲ, ୱାର୍ଡସଭ୍ୟ ଦିନବନ୍ଧୁ ମାଝୀ, ଆଶାକର୍ମି ମମତା ହରିଜନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଜନସାଧାରଣକୁ ନେଇ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବେଦାନ୍ତ ହସ୍ପିଟାଲର ଅଶୋକ ଖୋରା, ମହେନ୍ଦ୍ର ହିଆଁଲ, ପିତାମ୍ବର ଧିଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.