www.samajalive.in
Wednesday, December 10, 2025
16.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ଖାଦ୍ୟଶସ୍ୟ ନଷ୍ଟ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗତ କିଛିଦିନ ହେଲା ଜଙ୍ଗଲି ହାତୀ ପଲ୍ଲ ଘାଟି ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଫସଲ ନଷ୍ଟ କରିବା ସହ ଅନେକ ଗରିବଙ୍କ ଘର ଭାଙ୍ଗି ଦେଇଛନ୍ତି । ଗତ କିଛିଦିନ ବ୍ୟବଧାନ ପରେ ପୁଣି ଗତ ବୁଧବାର ସନ୍ଧ୍ୟାରେ କାନକୁଟ୍ରୁ ପଞ୍ଚାୟତ ଅର୍ନ୍ତଗତ ପୁନିଗୁଡାରେ ଜଙ୍ଗଲି ହାତୀପଲ୍ଲ ଗାଁ ମୁଣ୍ଡରେ ପଶି ରଡି ଛାଡିଥିଲେ । ଗାଁ ଲୋକେ ଭୟଭୀତ ହୋଇ ଘର ଭିତରେ ଶୋଇ ପଡିଥିବା ବେଳେ ଗାଁ ମୁଣ୍ଡରେ ଥିବା ଦଦ ମାଝୀର ମାଟି ଘରକୁ ଯାଇ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିଲେ । ଘଟଣା ସ୍ଥଳରୁ ଦଦ ମାଝୀ ତା ସ୍ତ୍ରୀ ଓ ପିଲାଛୁଆକୁ ଧରି ବାହାରକୁ ଚାଲି ଆସିଥିଲା।

ସୂଚନା ଅନୁଯାୟୀ, ସାତରୁ ଆଠ ଗୋଟି ହାତୀ ଦଦ ମାଝୀର ମାଟିଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରେ ଥିବା ଧାନ,ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟକୁ ଖାଇଦେଇଥିଲେ । ଘରେ ଥିବା ବାସନ ,କୁସନ ଲୁଗାପଟାକୁ ପାଦରେ ଦଳି ନଷ୍ଟ କରିଦେଇଥିଲେ । ଘର ନଷ୍ଟ ହେବା ପରେ ବେସାହାରା ହୋଇପଡିଛନ୍ତି ଦଦ ମାଝିର ପରିବାର । ଏ ଘଟଣା ସଂପର୍କରେ ଖବର ପାଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ବେସାହାରା ପରିବାରକୁ ଦେଖି କିଛି ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି । ତଦନ୍ତ ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରାଯିବ ଓ ପରେ କ୍ଷତିପୁରଣ ରାଶି ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ମହାନନ୍ଦ ପ୍ରକାଶ କରିଛନ୍ତି । ଏହି ଗରୀବ ନିରିହ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରି ଗୃହନିର୍ମଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସି ଦାବି କରିଛନ୍ତି ।

- Advertisement -

 

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories