www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପୁରରେ ରେକର୍ଡ ସଂଖ୍ୟକ ୩୪୦ ଜଣ ନେଲେ କୋଭିଡ ଟିକା

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନ ଆଜି ଅଷ୍ଟମ ଦିନରେ ପହଞ୍ଚିଥିବାବେଳେ ବିଜେପୁର ଗ୍ରାମପଞ୍ଚାୟତର ୩୪୦ ଜଣ ଲୋକେ କୋଭିଡ ଟିକାର ପ୍ରଥମ ଡୋଜ ଗ୍ରହଣ କରି ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଅାଁ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ, ଯୋଗାଣ ସହାୟକ ଅରବିନ୍ଦ ମହାନ୍ତି, ଯୋଗାଣ ସହାୟକ ଦୁର୍ଗା ମାଝୀ, ବିଡିଓ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ, ଲାଞ୍ଜିଗଡ ନୋଡାଲ ଅଫିସର ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଲୋକଙ୍କୁ ଟିକା ନେବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

 

- Advertisement -

ଯୁବ ସମାଜସେବୀ ପରୀକ୍ଷିତ ନାଏକଙ୍କ ନେତୃତ୍ୱରେ ନିରାକାର ବାଗ, ଦେବଗିରି ନାଏକ, ପଦ୍ମଲୋଚନ ହରିଜନ, ବରୁଣ ନାଏକ ଟିକା ଗ୍ରହଣକାରୀଙ୍କୁ ନେବା ଆଣିବାରେ ସହାୟତା କରିଥିବାବେଳେ ଆଶା, ଅଙ୍ଗନୱାଡି କର୍ମୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଦୁର୍ଗମ ମାଳିଯୁବାଙ୍ଗ ଗ୍ରାମପଞ୍ଚାୟତରେ ୨୦୩ ଜଣ କୋଭିଡ ଟିକା ନେଇଥିବା ଜଣାପଡିଛି। ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର କୁମାରଙ୍କ ନେତୃତ୍ୱରେ ଯୋଗାଣ ସହାୟକ ଫକୀର ବେହେରାଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାଙ୍କ ସହଯୋଗରେ ଟିକାକରଣ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories