www.samajalive.in
Saturday, December 6, 2025
15.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ମାଣି କାଡ୍ର।କା (୪୦)। ଗୁରୁତର ଦ୍ୱୟ ହେଲେ ଶିବା ହିକକା(୨୪) ଚାଳକ, ଗୋବି ପ୍ରାସ୍କା (୧୧)।

ଆଜି ଅପରାହ୍ନ ସମୟରେ ଶିକରପାଇ ପଞ୍ଚାୟତର ଚିଚିମି ଗାଁରୁ ଗୋଟିଏ ବାଇକରେ ୩ଜଣ ବିରିବାଡି ଗାଁକୁ ଯାଉଥିଲେ । ଯିବା ସମୟରେ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ କାଟି ନ ପାରି ରାସ୍ତା କଡରେ ଥିବା ସୁରକ୍ଷା ଖମ୍ବରେ ଧକ୍କା ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ମାଣି କାଡ୍ର।କାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଚାଳକ ଶିବା ହିକକା ଓ ୧୧ବର୍ଷର ବାଳକ ଗୋବି ପ୍ରାସ୍କା ଗୁରୁତର ଅବସ୍ଥାରେ ପଡି ରହିଥିଲେ। ରାୟଗଡାଠାରୁ କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ଲୋକମାନେ ଦେଖି ସଙ୍ଗେ ସଙ୍ଗେ ୧୦୮କୁ ଯୋଗାଯୋଗ କରି ଗୁରୁତରମାନଙ୍କୁ ରାୟଗଡା ଚିକିତ୍ସାଳୟକୁ ପଠାଇଥିଲେ। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories